ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ ମହାପ୍ରଭୁ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ତିନିରଥରେ ପାର୍ଶ୍ୱ ଦେବଦେବୀଙ୍କ ସହିତ ଯକ୍ଷ, ଗନ୍ଧର୍ବ, ଅପ୍‌ସରା ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ଯାତ୍ରା କରିଥାନ୍ତି, ଯେଉଁମାନେ କି ରଥର ରକ୍ଷକ ସାଜିଥାନ୍ତି। ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ରଥଗୁଡ଼ିକୁ ବୈଦିକ ବ୍ରାହ୍ମଣମାନେ ପ୍ରତିଷ୍ଠା କରିଥାନ୍ତି। ପ୍ରତିଷ୍ଠା ହୋଇସାରିବା ପରେ ରଥ ଉପରେ କୌଣସି ଅଶୁଭପ୍ରଦ ମନୁଷ୍ୟ, ପକ୍ଷୀ, ମାର୍ଜାର (ବିରାଡ଼ି), ନେଉଳ କିମ୍ବା ଅନ୍ୟ କୌଣସି ପ୍ରାଣୀ ଆରୋହଣ ନ କରନ୍ତି ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ପୁନଶ୍ଚ ସ୍କନ୍ଦ ପୁରାଣରେ କୁହାଯାଇଛି ଯଦି ରଥର ଈଷା ଭଗ୍ନ ହେବ ତେବେ ବ୍ରାହ୍ମଣ କୂଳକୁ ଭୟ। ରଥର ଅକ୍ଷ ଭଗ୍ନ ହୁଏ ତହିଁରେ କ୍ଷତ୍ରୀୟ କୂଳ କ୍ଷୟ ହୁଏ। ରଥର ଯଦି ତୁଳା ଭଗ୍ନ ହୁଏ ତାହେଲେ ବୈଶ୍ୟ କୂଳର ବିନାଶ ହୁଏ। ସେହିପରି ଶମୀ ଯଦି ଭଗ୍ନ ହୁଏ ଶୁଦ୍ର କୂଳକୁ ଭୟ ଜାତ ହୁଏ। ରଥର ଧୁରା ଭଗ୍ନରେ ଅନାବୃଷ୍ଟି, ପୀଢ ଭଙ୍ଗରେ ପ୍ରଜା ଭୟ, ଚକ୍ର ଭଙ୍ଗରେ ପରଚକ୍ରଗତି ପ୍ରଭୃତି ଭୟଜାତ ହୋଇଥାଏ। ରଥର ଯଦି ଧ୍ୱଜ ପତନ ହୁଏ ତେବେ ରାଜାର ରାଜ୍ୟ ଅନ୍ୟ ଦ୍ୱାରା ଅଧିକୃତ ହୁଏ। ପ୍ରତିମାମାନଙ୍କର ଯଦି କୌଣସି ପ୍ରକାର ଅଙ୍ଗଭଙ୍ଗ ଘଟଣା ଘଟେ ତେବେ ରାଜାଙ୍କ ଜୀବନ ପ୍ରତି ବିପଦ ହୁଏ। ରଥ ଯଦି ବିନଷ୍ଟ ହୋଇଯାଏ ତାହେଲେ ସମସ୍ତ ଜନପଦ ଉଚ୍ଛନ୍ନ ହୋଇଯାଏ। ଏହିଭଳି ଅନେକ ବିଘ୍ନ ରଥ ଉପରେ ଘଟିବାର ସମ୍ଭାବନା ଥିବାରୁ ରଥର ରକ୍ଷକ ଭାବେ ପ୍ରଖ୍ୟାତ ଦେବଦେବୀ ଦାୟିତ୍ୱ ବହନ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ରକ୍ଷକ ହେଉଛନ୍ତି ବାସୁଦେବ ଓ ଭାସ୍କର। ଶ୍ରୀଜଗନାଥଙ୍କ ନନ୍ଦିଘୋଷ ରଥର ରକ୍ଷକ ହେଉଛନ୍ତି ସ୍ବୟଂ ଦେବରାଜ ଇନ୍ଦ୍ର। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ। ରଥ ଆରମ୍ଭରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ଏମାନେ ରଥରେ ରହି ଅତି ସାବଧାନର ସହିତ ବିଘ୍ନ ବିନାଶନ ନିମନ୍ତେ ଯତ୍ନବାନ ହୋଇଥାନ୍ତି। ପ୍ରତିବର୍ଷ ଏମାନଙ୍କ ନିଷ୍ଠାପର ଦାୟିତ୍ୱ ଯୋଗୁ ରଥଯାତ୍ରା ସୁଚାରୂ ରୂପେ ସମାହିତ ହୋଇଥାଏ। ମହାପ୍ରଭୁଙ୍କର କରୁଣା ଏହି ଦେବଦେବୀଙ୍କ ଉପରେ ସର୍ବଦା ରହିଥାଏ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri