ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦିନ ତଳେ କଳାହାଣ୍ଡିର ଜଣେ ପର୍ଯ୍ୟଟକ ଫଟୋ ଉଠାଉଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହେବା ପରେ ଏହି ପ୍ରଶ୍ନ ଉଠିଛି।
ଏଠାରେ ପ୍ରତି ବର୍ଷ ଡିସେମ୍ବରରୁ ଫେବୃଆରୀ ଯାଏ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଗତ ତିନି ବର୍ଷ ମଧ୍ୟରେ ଅନେକ ପର୍ଯ୍ୟଟକ ବୁଲିବାକୁ ଆସି ଫଟୋ ନେବାବେଳେ ଗୋଡ଼ ଖସି ଆହତ ହୋଇଛନ୍ତି। ୨୦୧୭ ଡିସେମ୍ବରରେ ଜୟପୁର ଅଞ୍ଚଳର ଜଣେ ଆଇନଜୀବୀ ବୁଲିବାକୁ ଆସିଥିବା ବେଳେ ଗୋଡ଼ ଖସି ସେ ଗୁରୁତର ହୋଇଥିଲେ। ୨୦୧୮ରେ ଗାଙ୍ଗମା’ ଯାତ୍ରାକୁ ଆସିଥିବା ମୀନା ବଜାରର ଜଣେ ଯୁବକ ରଥିବାଲିରେ ଫଟୋ ନେବାବେଳେ ୧୫ ଫୁଟ ତଳକୁ ଖସିପଡ଼ି ଆହତ ହୋଇଥିଲେ। ବ୍ଲକ କୃଷି ବିଭାଗର ଜଣେ କର୍ମଚାରୀ ସେହି ବର୍ଷ ଏଠାକୁ ପରିବାର ସହ ଆସିଥିବା ବେଳେ ତାଙ୍କ ଗୋଡ଼ ଖସି ସେ ବର୍ତ୍ତମାନ ଚାଲିପାରୁ ନାହାନ୍ତି। ୨୦୧୯ ବର୍ଷ ଶେଷଆଡ଼କୁ କଳାହାଣ୍ଡିର କଲେଜ ଛାତ୍ର ଜଣକ ଏଠାରେ ଖସିପଡ଼ି ପରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟଟକଙ୍କୁ ଆଶଙ୍କା ଭିତରକୁ ଠେଲିଦେଇଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୃସିଂହନାଥ ବେହେରା କହିଛନ୍ତି। ବ୍ଲକରେ ଥିବା ପେଦାପାଡୁ ଗୁମ୍ଫା, ଦେଓମାଳି, ହନୁମାନ ମନ୍ଦିର ଓ ଅମ୍ପାବାଲି ପଞ୍ଚାୟତ ସାପ୍ରାଇଗୁଡ଼ା ନିକଟସ୍ଥ ଜଳପ୍ରପାତର ଉନ୍ନତି ସହ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ସେ ଦାବି କରିଛନ୍ତି। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା କହିଛନ୍ତି, ରଥିବାଲିର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସତର୍କ ସୂଚନା ସମ୍ବଳିତ ସାଇନବୋର୍ଡ଼ ଲଗାଯିବ। ଉକ୍ତ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ନୂଆଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ମଧ୍ୟ ଆନୁସଙ୍ଗିକ ପଦକ୍ଷେପ ନେବ। ବ୍ଲକର ଅନ୍ୟ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri