ରଥ ପାଇଁ ଆସେ ପାଞ୍ଚଥର ଆଜ୍ଞାମାଳ

ପୁରୀ ଅଫିସ, ୨୭ା୬: ପରମ କାରୁଣିକ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଅନୁଷ୍ଠିତ ହୋଇଆସୁଛି। ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ସ୍ବୟଂ ମହାପ୍ରଭୁ ଏହି ଯାତ୍ରା କରିବା ପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାତ୍ରା ନିମନ୍ତେ ତିନିରଥକୁ ଶିଳ୍ପ ଶାସ୍ତ୍ରାନୁଯାୟୀ ପାରମ୍ପରିକ ଶିଳ୍ପୀମାନେ ନିର୍ମାଣ କରିଥାନ୍ତି। ରଥ କାର୍ଯ୍ୟ ଆରମ୍ଭରୁ ମହାପ୍ରଭୁଙ୍କର ଦୃଷ୍ଟି ରଥଗୁଡ଼ିକ ଉପରେ ନିବଦ୍ଧ ରହିଥାଏ। ଅର୍ଥାତ୍‌ ରଥ ପାଇଁ ପାଞ୍ଚ ଥର ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିଥାଏ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟତୃତୀୟା ଦିନ ତିନିବାଡ଼ରୁ ତିନିଗୋଟି ଆଜ୍ଞାମାଳ ରଥଖଳାକୁ ବିଜେ ହୁଅନ୍ତି। ତିନିରଥ ପାଇଁ ପ୍ରସ୍ତୁତ ଥିବା ତିନିଖଣ୍ଡ କାଠରେ ପୂଜାପଣ୍ଡା ସାମନ୍ତ ଏହି ଆଜ୍ଞାମାଳ ଲାଗି କରିଥାନ୍ତି। ଏହାପରେ ମହାପ୍ରଭୁଙ୍କ ନିର୍ଦ୍ଦେଶ ପାଇ ତିନିରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ। ଏହି କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିବା ପାଇଁ ଦାରୁବିଗ୍ରହଙ୍କ ନିକଟରୁ ପୁନଶ୍ଚ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ବା ଚନ୍ଦନ ଯାତ୍ରାର ଭଉଁରି ଦିନ ଆଜ୍ଞାମାଳ ଆସି ତିନିରଥର ୬ ଚକ ଓ ୩ ଅଖରେ ଲାଗି କରାଯାଇଥାଏ। ଏହି ଦିନ ତିନିରଥର ୨ଟି ଲେଖାଏ ଚକ ୩ଟି ଅଖରେ ଯୋଡ଼ାଯାଏ। ଏହାକୁ ଚକ ଡେରା ନୀତି କହନ୍ତି। ପୁନଶ୍ଚ ରଥଯାତ୍ରା ପୂର୍ବଦିନ ନିର୍ମାଣ କାର୍ଯ୍ୟ ସରିବା ପରେ ରଥଗୁଡ଼ିକୁ ସିଂହଦ୍ୱାରକୁ ଟାଣିନେବା ପାଇଁ ଠାକୁରମାନଙ୍କ ଆଜ୍ଞାମାଳ ଲାଗି କରାଯାଇଥାଏ। ଏହି ଆଜ୍ଞାମାଳ ପାଇବା ପରେ ତିନିରଥ ସିଂହଦ୍ୱାରକୁ ଆସନ୍ତି। ରଥଖଳାରୁ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥ, ପରେ ମା’ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ହୋଇ ସିଂହଦ୍ୱାରରେ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି। ସେହିଦିନ ରାତ୍ରିରେ ତିନିରଥର ଦଧିନଉତିରେ ଲାଗିବାକୁ ଥିବା ୯ଟି କଳସକୁ ତିନିବାଡ଼ର ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ପ୍ରଥମେ ଏହି କଳସଗୁଡ଼ିକୁ ଜୟବିଜୟ ଦ୍ୱାରକୁ ଅଣାଯାଇଥାଏ। ସନ୍ଧ୍ୟାଧୂପ ସରିବା ପରେ ଜଣେ ପୂଜାପଣ୍ଡା ତିନିବାଡ଼ରୁ ଆଜ୍ଞାମାଳ ନେଇ ତିନି କଳସଙ୍କୁ ଦେଇଥାନ୍ତି। ଚାଙ୍ଗଡ଼ା ମେକାପ ତିନିଖଣ୍ଡ ପତନୀ ଶାଢି ଦିଅନ୍ତି ଓ ପୂଜାପଣ୍ଡା ତିନି କଳସରେ ବାନ୍ଧନ୍ତି। ଏହାପରେ କୋଠସୁଅଁାସିଆମାନେ କଳସ ନେଇ ରଥରେ ବାନ୍ଧିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଲାଗୁଥିବା କଳସ ତ୍ରୟର ନାମ ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ୍‌। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଲାଗୁଥିବା କଳସ ତ୍ରୟ ହେଲେ ନଭ, ଆକାଶ ଓ ବ୍ୟୋମ। ଅନ୍ୟପକ୍ଷରେ ଆଷାଢ ଶୁକ୍ଳ ସପ୍ତମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥଗୁଡ଼ିକୁ ତିନିବାଡ଼ରୁ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହି ଦିନ ସକାଳ ଧୂପ ପରେ ତିନିଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ତିନିଖଣ୍ଡ ନେଇ ଘଣ୍ଟ, ଛତା ଓ କାହାଳି ସହ ତିନିରଥ ନିକଟକୁ ଯାଇ ପ୍ରଦାନ କରନ୍ତି। ଏହାପରେ ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଇଥାଏ। ଏହିପରି ଭାବେ ସମୁଦାୟ ପାଞ୍ଚଥର ରଥ ନିମନ୍ତେ ଠାକୁରମାନେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ରଥ ନିର୍ମାଣଠାରୁ ରଥଯାତ୍ରାକାଳୀନ ସମସ୍ତ କାର୍ଯ୍ୟ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପନ୍ନ ହୋଇଥାଏ ବୋଲି ଡ.ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା, ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ସରକାର…

ଭୁବନେଶ୍ୱର,୫ା୯: ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧରଙ୍କ ପ୍ରଶ୍ନରେ ରାଜସ୍ବ...

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ,୧୮।୭: ଗୁରୁବାର ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ପରେ ସାଚି, ଛେନା, ସର,...

ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ହେଲେ ସଜେଇ

ପୁରୀ,୧୭ା୭: ବୁଧବାର ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ...

କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା: ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

କେନ୍ଦ୍ରାପଡ଼ା,୧୬ା୭: ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କ ଆଜି ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏନେଇ...

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ...

ରଥରେ ଚଢ଼ିଥିବା ଅଣସେବାୟତଙ୍କୁ ହାତଧରି ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫।୭: ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ସୋମବାର ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ...

ଭାଇ, ଭଉଣୀଙ୍କ ପରେ ରଥରେ ବିରାଜିଲେ କାଳିଆ ଠାକୁର

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି...

ବଡ଼ ଭାଇ, ଭଉଣୀଙ୍କ ପରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୧୫ା୭: ନବଦିନାତ୍ମକ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ଇତି ମଧ୍ୟରେ ନୀତି ନିର୍ଘଣ୍ଟ ଅନୁଯାୟୀ ସାମବାର ଭୋର ୪ଟାରେ ମଙ୍ଗଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri