ବିଡ୍ (ମହାରାଷ୍ଟ୍ର),୨୯ା୧୨: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଫାରା ଖାନ୍ ଏବଂ ହାସ୍ୟାଭିନେତା ଭାରତୀ ସିଂଙ୍କ ବିରୋଧରେ ଶନିବାର ମହାରାଷ୍ଟ୍ରର ବିଡ୍ରେ ମାମଲା ରୁଜୁ ହୋଇଛି। ଏକ ଟିଭି ଶୋ’ରେ ସେମାନେ ଖ୍ରୀଷ୍ଟିୟାନମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ଏନ୍ଜିଓର ମୁଖ୍ୟ ଆଶିଷ ସିନ୍ଦେ ଶିବାଜୀ
ନଗର ଥାନାରେ ଏତଲା ଦେଇଥିଲେ। ପରେ ଏତଲାକୁ ମାଲାଡ ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ଅମୃତସର
ପୋଲିସ ମଧ୍ୟ ଫାରା ଖାନ୍ଙ୍କ ବିରୋଧରେ ଅନୁରୂପ ମାମଲା ରୁଜୁ କରିବା ପରେ ସେ କ୍ଷମା ମାଗିଥିଲେ। ସବୁ ଧର୍ମ ପ୍ରତି ତାଙ୍କର ସମ୍ମାନ ରହିଛି। କାହାକୁ ଅସମ୍ମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ରବିନା ଟଣ୍ଡନଙ୍କ ସମେତ ପୂରା ଟିମ୍ ପକ୍ଷରୁ ଫାରା କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରି ଟୁଇଟ୍ କରିଥିଲେ।