ମହୁ ଏବଂ ରସୁଣ ରସ ଦୈନନ୍ଦିନ ସେବନ କଲେ ଶରୀର ସୁସ୍ଥସବଳ ରହିବା ସହ ସଂକ୍ରମଣ ଭୟ ହ୍ରାସ ହୋଇଥାଏ। ରସୁଣରେ ଆଲିସିନ୍ ରହିଛି। ଯାହା କୋଲେଷ୍ଟୋରଲ୍ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ରକ୍ତ ଜମାଟ ବାନ୍ଧିବାରୁ ବି ରକ୍ଷାକରେ। ଏଥିରେ କର୍କଟ ନିରୋଧୀ ଗୁଣ ମଧ୍ୟ ରହିଛି। ଭିଟାମିନ୍ ବି ୬, ଭିଟାମିନ୍ ସି, ସେଲେନିୟମ୍ ଏବଂ ଫାଇବର୍ ଆଦି ଥିବା ହେତୁ ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ସେହିପରି ମହୁରେ ଆଣ୍ଟିି ଅକ୍ସିଡାଣ୍ଟ୍ ଭରପୂର୍ ଥାଏ। ଏହାସହ ଏଥିରେ ପୋଟାସିୟମ୍, କ୍ୟାଲସିୟମ୍, ଫସ୍ଫରସ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ୍ ରହିଛି। ତା’ସାଙ୍ଗକୁ ଭିଟାମିନ୍, ଥିୟାମିନ୍ ଏବଂ ନିୟାସିନ୍ ବି ରହିଛି। ଏହା ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଦୈନନ୍ଦିନ ମହୁ ଓ ରସୁଣ ରସ ମିଶାଇ ପିଇଲେ ଆଶାତୀତ ଫଳପ୍ରାପ୍ତି ହୋଇଥାଏ।