ରତ୍ନଗିରି,୪ା୪(ଡି.ଏନ୍.ଏ.)-ଶୁକ୍ରବାର ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବରୀ ବ୍ଲକ ପ୍ରଶାସନ ତରଫରୁ ବରୀ- ରସୁଲପୁର ସୀମାକୁ ଗୋଳକୁଣ୍ଡଠାରେ ସିଲ୍ କରାଯାଇଛି । ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର, ବରୀ ତହସିଲଦାର ସରୋଜକାନ୍ତ ନାୟକ, ଗୋଳକୁଣ୍ଡ ସରପଞ୍ଚ ଶରତ କୁମାର ଜେନା ପ୍ରମୁଖ ସିଲ୍ କରାଯିବାବେଳେ ଉପସ୍ଥିତ ଥିଲେ ।