ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର

ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଜଙ୍ଗଲ କର୍ମଚାରୀମାନେ ହାତୀ ଘଉଡ଼ାଇ ନାକେଦମ୍‌ ହେଉଥିବା ବେଳେ ସଫଳ ହେଉନାହାନ୍ତି। ହାତୀପଲ କେତେକ ଘର ଭାଙ୍ଗି ଦେବା ସହ ବ୍ୟାପକ ପାଚିଲା ଧାନ ନଷ୍ଟ କରୁଛନ୍ତି। ଏ ସମ୍ପର୍କରେ ବହୁ ବ୍ୟକ୍ତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଚଳିତବର୍ଷ ଶିମିଳିପାଳ, ପଶ୍ଚିମବଙ୍ଗର ଦଲମା ଓ ଝାଡ଼ଖଣ୍ଡ ହାତୀ ରାଇବଣିଆ ଅଞ୍ଚଳରେ ୫ ଥର ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି। ୧୫ଦିନ ଧରି ରାଇବଣିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧୨ଟି ହାତୀ ଶ୍ୟାମନଗର, ରାଇବଣିଆ, କାଳିକ, ବରଡ଼ିହା, କଳମା, ଖୁଆଡ଼ ଆଦି ପଞ୍ଚାୟତରେ ଉପଦ୍ରବ ଚଳାଇଛନ୍ତି। ଅନ୍ୟପକ୍ଷରେ ପଶ୍ଚିମମେଦନୀପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବନବିଭାଗ କର୍ମକର୍ତ୍ତାଙ୍କ ମଧ୍ୟରେ ସହମତି ଅଭାବରୁ ହାତୀ ଘଉଡ଼ାଇବା ସଫଳ ହେଉନାହିଁ ା ୨ଦିନ ତଳେ କାଳିକ ପଞ୍ଚାୟତର ୪ଟି ଘର ଭାଙ୍ଗିଥିବାବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ା ଚାଙ୍ଗୁ ମୁର୍ମୁ, ରୁହିଆ ସୋରେନ୍‌, କର ସୋରେନ୍‌ ଓ ବୋକାଇ ସରେନ୍‌ଙ୍କ ଘର ମାଟି ମିଶିଯାଇଛି ା ଏବେ ହାତୀଗୁଡିକ ପାଚିଲା ଧାନ ଆଡ଼େ ମୁହଁାଇଛନ୍ତି। ପ୍ରତିଦିନ ହାତୀପଲ ଦିନରେ ରଙ୍ଗାମାଟିଆ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ଚାକୁଆପାଳ, ଧରମପୁର, ରଙ୍ଗାମାଟିଆ ଓ ଦୁଧିଆଶୋଳ ଗାଁ ଓ ପାଖ ଅଞ୍ଚଳରେ କ୍ଷତି ଘଟାଇ ଚାଲିଛନ୍ତି ା ଗତ ରାତିରେ ଏକ ମାଈ ହାତୀର ଆକ୍ରମଣରେ ଜଣେ ସବୁଜ ବାହିନୀର ଯୁବକ ଆହତ ହୋଇଛନ୍ତି ା ଏବେ ଆଦିବାସୀ ମାନଙ୍କର ଭୁଲୁଟ୍‌ ପର୍ବ ଚାଲିଥିବାରୁ ବହୁ ଆଦିବାସୀଙ୍କ ଘରେ ହାଣ୍ଡିଆ ଓ ମଦ ମହଜୁଦ୍‌ ରହୁଛି। ହାତୀମାନେ ଗ୍ରାମ ଅଭିମୁଖେ ମୁହଁାଉଥିବାରୁ ପ୍ରତିଦିନ ରେଞ୍ଜର ଦେବେନ୍ଦ୍ର ପାତ୍ର ସଦଳବଳେ ସ୍ଥାନୀୟ ଅଞ୍ଚଳରେ ଜଗି ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri