ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ ଗରିବଙ୍କ ପାଇଁ ଅଭିଯୋଗ କରିବ କିଏ? ଏ ପରିସ୍ଥିତିରେ ଜଣେ ଅସହାୟ ବୃଦ୍ଧ ୩ବର୍ଷ ହେବ କଟକ ମେଡିକାଲରୁ କ୍ୟାପିଟାଲ ହସ୍ପିଟାଲ ଧାଇଁ ଧାଇଁ ହତାଶ ହୋଇପଡିଛନ୍ତି। ପାଖରେ କେହି ନ ଥିବାରୁ ଡାକ୍ତର ଚିକିତ୍ସା କରୁ ନ ଥିବାବେଳେ କର୍ମଚାରୀ ବି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ପରିସ୍ରାସନଳୀ ଧରି ବୃଦ୍ଧ ରୋଗୀ ଜଣକ କେତେବେଳେ ହସ୍ପିଟାଲ ବାରଣ୍ଡାରେ ତ ଆଉ କେତେେବେଳେ ଗଛମୂଳେ କୁକୁର ସହ ଦିନ ବିତାଉଛନ୍ତି।
ଗୁରୁବାର ସେ କଟକରୁ ନିରାଶରେ ଫେରି କ୍ୟାପିଟାଲ ହସ୍ପିଟାଲ ଗଛମୂଳେ ଅସହାୟ ଅବସ୍ଥାରେ ବସିଥିବାବେଳେ ଆମ ପ୍ରତିନିଧିଙ୍କ ନଜର ପଡ଼ିଥିଲା। ପଚାରି ବୁଝିବାରୁ ଯାହା ଜଣାପଡ଼ିଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ଓ ଦୁଃଖଦ। ତାଙ୍କ ନାମ ହେଲା ବ୍ରଜବନ୍ଧୁ ପଣ୍ଡା(୬୦)। ଘର କଟକ ଜିଲା ବାଙ୍କୀ ହରଡ଼ାପଲ୍ଲୀ ଗ୍ରାମରେ। ସେ ୩ବର୍ଷ ତଳେ ଶଗଡ଼ ନେଇ ଗ୍ରାମକୁ ଯାଉଥିବାବେଳେ ତଳିପେଟରେ ଶଗଡ଼ର ଏକ ଅଂଶ ପଶିଯାଇଥିଲା। ପେଟ ଫୁଲିଯାଇ ଭୀଷଣ ଯନ୍ତ୍ରଣା ହେବା ସହ ପରିସ୍ରା ବନ୍ଦ ହୋଇଯାଇଥିଲା। ସେ କ୍ୟାପିଟାଲ ହସ୍ପିଟାଲକୁ ଆସି ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶକ୍ରମେ କଟକ ଏସ୍‌ସିବି ମେଡିକାଲକୁ ଯାଇଥିଲେ। ସେଠାରେ ତାଙ୍କର ଅପରେଶନ ହୋଇଥିଲା। ମୂତ୍ରାଶୟରେ କାଥେଟର (ପରିସ୍ରାନଳୀ) ଲଗାଇ ଦିଆଯାଇଥିଲା। କିଛିମାସ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ପେଟ ଫୁଲିଯାଇ ଯନ୍ତ୍ରଣା ହୋଇଥିଲା। ବ୍ରଜବନ୍ଧୁ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ପଚରାଉଚରା କରିବା ପରେ କଟକରେ ଅପରେଶନ ହୋଇଥିବାରୁ ସେଠାକୁ ଯିବାକୁ କହିଥିଲେ। ହେଲେ ଏସ୍‌ସିବି ମେଡିକାଲରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ଆପେ ଭଲ ହୋଇଯିବ ବୋଲି କହି କିଛି ମେଡିସିନ ଲେଖି ଦେଇଥିଲେ। ମୂତ୍ରାଶୟରେ ଲାଗିଥିବା ପାଇପ୍‌ ଯୋଗୁ ଇନ୍‌ଫେକ୍ସନ ହୋଇଥିବା କହି ତାହାକୁ ନିୟମିତ ବଦଳାଇବାକୁ କହିଥିଲେ। ସେ ଘରକୁ ଆସିଥିଲେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇପାରି ନ ଥିଲେ। ଏପଟେ ବ୍ରଜବନ୍ଧୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପାଇଁ ଆଉ ଟଙ୍କା ଖର୍ଚ୍ଚ କରିବାକୁ କେହି ଚାହିଁ ନ ଥିଲେ। ପରିସ୍ରାନଳୀ ବଦଳାଇବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନ ଥିଲା। ତେଣୁ ସେ ମାଗଣା ଚିକିତ୍ସା ଆଶାରେ ଘରୁ ଚାଲି ଆସି କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ ମେଡିକାଲ ଘୂରି ବୁଲୁଛନ୍ତି। ବାରମ୍ବାର ଡାକ୍ତରଙ୍କୁ ଭେଟି ରୋଗ ଟିକେ ଭଲ କରି ଦିଅନ୍ତୁ ବୋଲି ନେହୁରା ହେଉଛନ୍ତି। ହେଲେ ତାଙ୍କ ପାଖରେ କେହି ନ ଥିବାରୁ କୌଣସି ଡାକ୍ତର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥଳେ ବ୍ରଜବନ୍ଧୁ ଲୋକଙ୍କୁ ମାଗି ଯାହା ଟଙ୍କା ମିଳୁଛି ସେଥିରେ କିଛି ଖାଇବା ସହ ଅତ୍ୟଧିକ ଯନ୍ତ୍ରଣା ହେଲେ ପରିସ୍ରାନଳୀ କିଣି ଲଗାଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସର ବରଗଛ ମୂଳ ତାଙ୍କର ଆଶ୍ରୟସ୍ଥଳ ପାଲଟିଛି। ବେଳେବେଳେ କଟକ ବଡ଼ ମେଡିକାଲ ଯାଇ ପୁଣି ସେଠାକୁ ଫେରି ଆସୁଛନ୍ତି। ଦୁର୍ବଳ ଶରୀରରେ ୩ଟି ବ୍ୟାଗ୍‌ର ବୋଝ ବୋହୁଛନ୍ତି। ତେବେ ଲୋକେ ବେଳେବେଳେ ଅନ୍ୟକିଛି ଭାବି ଟଙ୍କାପଇସା ଦେଉ ନ ଥିବାରୁ ଅଧିକାଂଶ ଦିନ ମଧ୍ୟ ସେ ଉପାସରେ ରହୁଥିବା ବ୍ରଜବନ୍ଧୁ କହିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ଜଣାଇବାରୁ ସେ କହିଛନ୍ତି, ଏନେଇ ମୋ ନିକଟରେ କିଛି ଖବର ନାହିଁ। ମୁଁ ବ୍ୟକ୍ତିଗତଭାବେ ଉକ୍ତ ବ୍ୟକ୍ତିଙ୍କୁ ଭେଟି କ’ଣ ହୋଇଛି ପଚାରି ବୁଝିବା ପରେ ତାଙ୍କର କିଭଳି ଚିକିତ୍ସା କରାଯିବ ତାହାର ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri