ରାଜଧାନୀରେ ଏସ୍‌ଏଚ୍‌ଜି ଜଳସେବା ଶିବିର ପ୍ରହସନ: ଗୋଟିଏ ଦିନ ଖୋଲି ବନ୍ଦ ହୋଇଗଲା

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ଅସହ୍ୟ ତାତି। ହଟହଟା ହେଉଛନ୍ତି ଯାତ୍ରୀ। ଲଗାତାର ଦୁଇଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଡହଳବିକଳ ସ୍ଥିତି। ପାଣିପାଇଁ ଚାରିଆଡେ ହାହାକାର ପଡ଼ିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଖୋଲୁଥିବା ଜଳସେବା ଶିବିର ପ୍ରହସନରେ ପରିଣତ ହୋଇଛି। ମହାଆଡମ୍ବରରେ ଖୋଲୁଥିବା ଜଳସେବା ଶିବିର ଗୋଟିଏ କିମ୍ବା ଦୁଇଦିନରେ ବନ୍ଦ ହୋଇପଡୁଛି। ଗତ ରବିବାର ମହାବିଷୁବ ସଂକ୍ରାନ୍ତିରେ ବିଏମ୍‌ସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ସହାୟତାରେ ୩ଟି ସ୍ଥାନରେ ଜଳସେବା ଶିବିର ଖୋଲିଥିଲା। ଗୋଟିଏ ଦିନ ସେଠାରେ ପାଣି ବଣ୍ଟନ କରାଯାଇଥିବାବେଳେ ଏବେ ତାହା ବନ୍ଦ ହୋଇଯାଇଛି। କେବଳ ଫାଙ୍କା ମାଠିଆ ଦେଖିବାକୁ ମିଳିଛି। ରସୁଲଗଡ଼ ଛକ, ନିକୋପାର୍କ ଛକରେ ଥିବା ଏହି ଜଳସେବା ଶିବରରେ ନା ପାଣି ଅଛି ଅବା ପାଣି ବାଣ୍ଟିବାକୁ ଏସ୍‌ଏଚ୍‌ଜିର କୌଣସି ମହିଳା ଅଛନ୍ତି। ବିଶେଷକରି ମଧ୍ୟାହ୍ନରେ ସବୁଠୁ ଅଧିକ ତାତି ଅନୁଭୂତ ହେଉଥିବାରୁ ଅଧିକାଂଶ ଦୋକାନ ମଧ୍ୟ ବନ୍ଦ ହୋଇଯାଉଛି। ଫଳରେ ଯାତ୍ରୀମାନେ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଜଳସେବା ଶିବିର ଖୋଲୁଥିଲେ ମଧ୍ୟ ସେବା ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ଚଳିତବର୍ଷ ଜଳସେବା ଶିବିର ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆବେଦନ କରାଯାଇଛି। ହେଲେ ଏଯାଏ କାହାକୁ ଅନୁମତି ଦିଆଯାଇ ନ ଥିବାବେଳେ ପ୍ରଥମଥର ଲାଗି ମହିଳାମାନଙ୍କୁ ଏହି ଜଳସେବା ଶିବିର କରିବା ଲାଗି ସୁଯୋଗ ଦିଆଯାଇଛି। ଏସ୍‌ଏଚ୍‌ଜି ପକ୍ଷରୁ ଏଥିଲାଗି ୧୦ ଆବେଦନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଏସ୍‌ଏଚ୍‌ଜି ଜଳସେବା ଶିବିର ଖୋଲିଛନ୍ତି। ହେଲେ ଆରମ୍ଭରୁ ଏପରି ସ୍ଥିତି ବିଏମ୍‌ସିର ଜଳସେବା ନାଁରେ ଅର୍ଥ ହଡ଼ପ ମସୁଧା ଚାଲିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବାସ୍ତବ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ। ହେଲେ ଦିନ ତମାମ ରସୁଲଗଡ଼ ଓ ନିକୋ ପାର୍କ ଏସ୍‌ଏଚ୍‌ଜି ଜଳସେବା ଶିବିରରେ ଜଳବଣ୍ଟନ ବନ୍ଦ ରହିଥିଲା। ବାଟରେ ଯାଉଥିବା ଯାତ୍ରୀମାନେ ପାଣି ରହିଥିବ ଭାବି ନିକଟରେ ପହଞ୍ଚତ୍ ଖାଲି ମାଠିଆ ଦେଖି ଅସନ୍ତୋଷରେ ଫେରୁଥିଲେ। ରସୁଲଗଡ଼ ଛକରେ ମାଠିଆ ନ ଥିବାବେଳେ ଖାଲି ଶିବିର କ’ଣ ପାଇଁ ଖୋଲାଯାଇଛି ବୋଲି ଲୋକେ କହୁଥିଲେ। କେହି କେହି ଅନ୍ୟ କେତେକଥା କହି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ସାମାଜିକ ସଙ୍ଗଠନ କଳ୍ପନା ଛକ ସେବା ସଂଘର ଉପଦେଷ୍ଟା ନାରାୟଣଚନ୍ଦ୍ର ଓଝା କୁହନ୍ତି, ଦୀର୍ଘ ଦେଢମାସ ହେବ ଆମେ କଳ୍ପନାଛକରେ ଜଳଛତ୍ର କରିବୁ ବୋଲି ବିଏମ୍‌ସିରେ ଆବେଦନ କରିଛୁ। କିନ୍ତୁ ଜଳସେବା ଶିବିର ଓ ସ୍ଥାନ ଚିହ୍ନଟ ନିରୂପଣ ନେଇ ଏଯାବତ କିଛି ଉତ୍ତର ଆସିନି। ଆମ ସଙ୍ଗଠନ ପ୍ରତ୍ୟେକ ବର୍ଷ ଜଳଛତ୍ର କରେ। କିନ୍ତୁ ଏଥର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଉଦାସୀନତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବାରମ୍ବାର ବିଏମ୍‌ସି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଛୁ ବୋଲି ସେ କହିବା ସହ ଏସ୍‌ଏଚ୍‌ଜି ଜଳସେବା ଶିବିରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳାମାନଙ୍କୁ ଜଳସେବା ଶିବିର ଖୋଲିବାକୁ ଦାୟିତ୍ୱ ଦେବା ଓ ତାହା ଲୋକଙ୍କ ସେବାରେ ନ ଲାଗିବା ପ୍ରସଙ୍ଗକୁ ନେଇ ସେ ସନ୍ଦେହ ପ୍ରକଟ କରିନ୍ତି। ସେହିଭଳି ଓଡ଼ିଶା ସମାଜସେବୀ ମହାସଂଘ, ଦିଶା ଓଡ଼ିଶା ସଙ୍ଗଠନ, ହେଲ୍ପ କେୟାର, ଓ୍ବାରିସ୍‌ ଫାଉଣ୍ଡେଶନ ପରି ବହୁ ସାମାଜିକ ସଙ୍ଗଠନ ବିଏମ୍‌ସିର ଏପରି କାର୍ଯ୍ୟଧାରାକୁ ନେଇ ଅଭିଯୋଗ ଉଠାଇଛନ୍ତି। ତେବେ ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri