Posted inରାଜ୍ୟ

ରାଜଧାନୀରେ ରାତିର କର୍ଫ୍ୟୁ: ଚାରିଆଡ଼େ ଖୋଲାମେଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ କରିଛି କମିଶନରେଟ ପୋଲିସ। ଏପରି କି ରାତିରେ କେବଳ ଭୂତ ହିଁ ଯାଇପାରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି କହିଛନ୍ତି। ଏଭଳିସ୍ଥିତିରେ ଲକ୍‌ଡାଉନ୍‌ରେ ରାଜଧାନୀରେ ଗୁରୁବାର ରାତିର କର୍ଫ୍ୟୁ କିଭଳି ଥିଲା ସେନେଇ ଧରିତ୍ରୀ ଟିମ୍‌ କରିଥିଲା ଅନୁସନ୍ଧାନ। ସନ୍ଧ୍ୟା ୭ରୁ ରାତି ୨ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ଛକ, ଗଳି କନ୍ଦିରେ ବୁଲି ରାଜଧାନୀର ରାତିକୁ ପରଖା ଯାଇଥିଲା। ୭ଟା ବାଜିବା ପୂର୍ବରୁ ପୋଲିସ ଭ୍ୟାନ୍‌ଗୁଡ଼ିକ ସାଇରନ୍‌ ବଜାଇ ସହରର ଗଳି କନ୍ଦିରେ ବୁଲି ଦୋକାନ ବଜାର ବନ୍ଦ କରୁଛି। ଲୋକଙ୍କୁ ଘରକୁ ଚାଲିଯିବାକୁ କହୁଛି। ଯେଉଁମାନେ ଯାଉ ନାହାନ୍ତି ସେମାନଙ୍କୁ ପୋଲିସ ଲାଠି ମାଡ଼ କରୁଥିବା ଦେଖିବାକୁ ମିଳୁଛି। ରାତି ୯ଟା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଛକରେ ପୋଲିସ ଦେଖିବାକୁ ମିଳୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ପରଠୁ ରାଜଧାନୀର କୌଣସି ଛକରେ ଜଣେ ହେଲେ ବି ପୋଲିସଙ୍କୁ ଦେଖିବାକୁ ମିଳୁ ନାହିଁ। ସହରର ବିଭିନ୍ନ ଛକ ଖୋଲାମେଲା। ହାତ ଗଣତି ପିସିଆର ଭ୍ୟାନ୍‌କୁ ବୁଲୁଥିବା ଦେଖିବାକୁ ମିଳୁଛି। ଯିଏ ପାଇଲା ଯୁଆଡ଼େ ଚାଲିଲା। କେହି କାହାକୁ ଅଟକାଇବାକୁ ନାହଁାନ୍ତି। ଭୁବନେଶ୍ୱର ବାହାରର ଅନେକ ଲୋକେ ସହର ଭିତରକୁ ସହଜରେ ଯିବା ଆସିବା କରିପାରୁଛନ୍ତି। ରାତି ପ୍ରାୟ ଗୋଟାଏ ସମୟରେ ବାଣୀବିହାର ଛକରେ ପହଞ୍ଚିବା ପରେ ଦେଖିବାକୁ ପାଇଲୁ ଅନେକ ଲୋକ ବାଇକ ଧରି ଯାତାୟାତ କରୁଛନ୍ତି। କ’ଣ ପାଇଁ ଏମାନେ ଯାଉଥିବା ସନ୍ଦେହ ହେବାରୁ ଜଣଙ୍କୁ ଅଟକାଇ ପଚାରିବାରୁ ସେ କେନ୍ଦ୍ରାପଡ଼ା ଯାଉଥିବା କହିଥିଲେ। ବିଳମ୍ବିତ ରାତିରେ ପୋଲିସର ଚେକିଂ ନ ଥିବାରୁ ସହଜରେ ଯିବା ଆସିବା କରିହେଉଛି ବୋଲି କହିଥିଲେ। ସେହିପରି ମାଷ୍ଟରକ୍ୟାଣ୍ଟିନ ଛକ,ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ,ଖଣ୍ଡଗିରି ଛକ,ଏୟାରପୋର୍ଟ ଛକ, ଲକ୍ଷ୍ମୀସାଗର ଛକ,ନାଲ୍‌କୋ ଛକ,ପଟିଆ ଛକ ଆଦି ଅଞ୍ଚଳରେ ପୋଲିସ ପୋଷ୍ଟ ଥିଲେ ମଧ୍ୟ ଜଣେ ହେଲେ ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲା। କେବଳ ପୋଲିସ ପୋଷ୍ଟ ନିକଟରେ କୁକୁର ବୁଲୁଥିବା ଦେଖିବାକୁ ପାଇଥିଲୁ।

ଖୋଲା ଆକାଶ ତଳେ ଜୀବନ
ଲକ୍‌ଡାଉନ୍‌ ଫଳରେ ଅନେକ ଲୋକ ଭୁବନେଶ୍ୱରରେ ଫସି ରହିଯାଇଛନ୍ତି। ରହିବା ପାଇଁ ବାସ ନ ଥିବାରୁ ରାଜଧାନୀର ଫୁଟଫାଥ ସେମାନଙ୍କ ପାଇଁ ଶୋଇବା ଘର ପାଲଟି ଯାଇଛି। ମଶା, ଡାଅଁାଶ କାମୁଡୁ ଥିଲେ ମଧ୍ୟ ସେମାନଙ୍କୁ କିଛି ଫରକ ପଡୁନି। ଦିନରେ ଲୋକମାନେ ଯାହା ଖାଇବାକୁ ଦିଅନ୍ତି ସେଥିରେ ସେମାନେ ବଞ୍ଚନ୍ତି ହେଲେ ରାତିରେ କେହି ଆସୁ ନ ଥିବାରୁ ଅନେକେ ଉପାସରେ ଶୋଉଥିବା କହିଛନ୍ତି। ବିଶେଷ କରି ଖଣ୍ଡଗିରି ପାଦଦେଶରେ ଥିବା ବସ୍‌ ଷ୍ଟାଣ୍ଡରେ ମହାରାଷ୍ଟ୍ରର ୭୦ଲୋକ ଫସି ରହିଛନ୍ତି। ସେମାନେ ବେଲୁନ୍‌ ଏବଂ ଅନ୍ୟ ବେପାର କରିବାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ କୁଆଡ଼େ ଯାଇ ନ ପାରି ଖୋଲା ଆକାଶ ତଳେ ବର୍ଷା, କାକରରେ ଶୋଉଛନ୍ତି। ସେହିପରି ମାଷ୍ଟରକ୍ୟାଣ୍ଟିନ୍‌ ଫୁଟଫାଥ ଏବଂ ସହରର ବିଭିନ୍ନ ଫୁଟ୍‌ପାଥରେ ଅନେକେ ଲୋକ ଶୋଇଥିବା ଦେଖିବାକୁ ମିଳିଛି।

ଥାନା ଗେଟ୍‌ରେ ତାଲା, ବାହାରେ ଡିସିଓ
ରାଜଧାନୀ ରାତିରେ ଥାନାର ଦୃଶ୍ୟ ମଧ୍ୟ କିଛି ନିଆରା ଥିଲା। କରୋନା ଭୟରେ ଏକାଧିକ ଥାନା ଗେଟରେ ତାଲା ପଡିଥିଲା। ଥାନାର ଡିସିିଓ ଥାନା ବାହାରେ ଟେବୁଲ ପକାଇ ବସିଥିବା ଦେଖିବାକୁ ମିଳିଥିଲା। ଯଦି କେହି ଥାନାକୁ ଆସୁଥିଲେ ସେମାନେ ଗେଟ ବାହାରେ ଆସିବାର କାରଣ କହିବା ପରେ ପୋଲିସ ତାଙ୍କର ସମସ୍ୟା ବୁଝୁଥିଲା। ଖଣ୍ଡଗିରି, ନୟାପଲୀ, ମହିଳା, କ୍ୟାପିଟାଲ, ଲକ୍ଷ୍ମୀସାଗର, ଖାରବେଳନଗର ଆଦି ଅନେକ ଥାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥଲା।

ରାତିରେ ଯେଉଁମାନେ ବୁଲୁଛନ୍ତି ସେମାନଙ୍କ ପାସ୍‌ ଅଛି: ସିପି
ଏନେଇ ସିପି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ,ଯେଉଁମାନେ ରାତିରେ ବୁଲୁ୍‌ଛନ୍ତି ସେମାନଙ୍କ ପାସ୍‌ ରହିଛି। ନ ହେଲେ ସେମାନେ ବୁଲିବାକୁ ସାହସ କରିବେନି। ଦିନ ସାରା ପୋଲିସ କାର୍ଯ୍ୟ କରୁଛି, ତେଣୁ ରାତିରେ ସେମାନେ ବିଶ୍ରାମ ନେଉଛନ୍ତି। ରାତିରେ ଜଗିବା ସମ୍ଭବ ନୁହେଁ। ଲୋକେ ସତର୍କ ହେଲେଣି ସେମାନେ ରାତିରେ ବାହାରକୁ ବାହାରିବେ ନାହିଁ ବୋଲି ଷଡ଼ଙ୍ଗୀ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri