ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍ଷ୍ଟୋରୀ ମଧ୍ୟ ବେଶ୍ ରୋମାଞ୍ଚକର। ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ସିନ୍ଧିଆ ହେଉଛନ୍ତି ଗୁଜରାଟ ବଡ଼ୌଦାର ଗାଏକ୍ୱାଡ୍ ମରାଠା ରାଜବଂଶର ଝିଅ। ୧୯୯୧ରେ ଦୁହିଁଙ୍କର ସାକ୍ଷାତ୍ ଜଣେ ବନ୍ଧୁଙ୍କ ପାର୍ଟିରେ ହୋଇଥିଲା। ପ୍ରଥମ ଦେଖାରେ ଜ୍ୟୋତିରାଦିତ୍ୟ ପ୍ରିୟଦର୍ଶିନୀଙ୍କୁ ଭଲ ପାଇ ବସିଥିଲେ। ଏହାପରେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ୍ ଫୋନ୍ ଆଦି ଜାରି ରହିଥିଲା। ପରେ ୧୯୯୪ ଡିସେମ୍ବର ୧୨ରେ ପ୍ରିୟଦର୍ଶିନୀ-ଜ୍ୟୋତିରାଦିତ୍ୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସେମାନଙ୍କର ଝିଅଙ୍କ ନାମ ଅନନ୍ୟା ରାଜେ ସିନ୍ଧିଆ ଏବଂ ପୁଅ ହେଉଛନ୍ତି ମହାଆର୍ଯ୍ୟମନ ସିନ୍ଧିଆ। ମହାଆର୍ଯ୍ୟମନ ପିତାଙ୍କ ଗତ ୨ ଦିନ ଧରି ପିତାଙ୍କ ରାଜନୈତିକ ପଟ୍ଟପରିବର୍ତ୍ତନ ସମ୍ପର୍କରେ ସୋସିଆଲ ମିଡ଼ିଆରେ ବହୁ କମେଣ୍ଟ ଦେବା ସହିତ ବେଶ୍ ସକ୍ରିୟ ରହିଛନ୍ତି।