ରାଜପଥ କଡ଼ରେ ଖୋଲାରହିବ ୮ ଢାବା

ବାରିପଦା ଅଫିସ, ୧ା୪- ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ୮ଟି ଢାବାକୁ ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଜାତୀୟ ରାଜପଥ ବୈଶିଙ୍ଗାରୁ ବମ୍ବେ ଛକ ଏବଂ ବାଙ୍ଗିରିପୋଷି ଠାରୁ ଯଶିପୁର ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଥିବା ୮ଟି ଢାବା ଖୋଲା ରହିବ। ଢାବାରେ କୌଣସି ଖାଦ୍ୟ ପରଷା ଯିବ ନାହିଁ । ହୋଟେଲ ମାଲିକମାନେ ପ୍ୟାକେଟିଂ କରି ଡ଼୍ରାଇଭରମାନଙ୍କୁ ଦେବେ। ଢାବାଗୁଡ଼ିକ ହେଲା ଗଡ଼ଦେଉଳିଆସ୍ଥିତ ମ୍ୟାନେଜର ଢାବା, ବେତନଟୀସ୍ଥିତ ସତନାମ ଢାବା, କୁଳିଅଣାସ୍ଥିତ ଜେଜେ ଢାବା, ବମ୍ବେଛକସ୍ଥିତ ଯାଦବ ହୋଟେଲ, ବାଙ୍ଗିରିପୋଷି ଶିମିଳିଆ ଛକସ୍ଥିତ ଶୁଭମ ହୋଟେଲ, ବିଶୋଇ କଦମବେଢ଼ାସ୍ଥିତ ବସନ୍ତ ଢାବା , ମଣଦା ବନେଇକୀଳାସ୍ଥିତ ମାଧବ ଢାବା ଏବଂ ଯଶିପୁର କୁଇତାସ୍ଥିତ ମହାପାତ୍ର ଢାବା ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି, ୫ ଦିନ ଧରି ରାଜ୍ୟରେ ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି ୫।୧(ଶିଶିର ପଟ୍ଟନାୟକ): ଗତ ୫ଦିନ ହେବ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ରବିବାର ସର୍ବନିମ୍ନ...

ଦୁଇ ଭାଜପା କର୍ମୀଙ୍କ ଉପରେ ଜାଣିଶୁଣି ହାଇଓ୍ବା ମଡ଼ାଇ ଦେଲେ ଚାଳକ, ଲିଭିଗଲା ୨ ଜୀବନଦୀପ

ସମ୍ବଲପୁର,୫ା୧(ପ୍ରମୋଦ ବହିଦାର): ବୁର୍ଲାଥାନା ଅନ୍ତର୍ଗତ ଆ.କଟାପାଲି ନିକଟରେ ବିଳମ୍ବିତ ରାତିରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ହାଇଓ୍ବା ଧକ୍କାରେ...

ହାତୀ ପାଇଁ ପ୍ରସ୍ତୁତ କରୁଥିଲେ ନିଆଁହୁଳା : ସେଇ ନିଆଁରେ ନିଜେ ଜଳିଗଲେ 

ପାଟଣା,୫।୧(ବୀର କିଶୋର ଦାଶ): ହାତୀ ପାଇଁ ନିଆଁହୁଳା ପ୍ରସ୍ତୁତ କରୁଥିଲେ ମହିଳା, ସେଇ ନିଆଁରେ ନିଜେ ପୋଡ଼ିହୋଇ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି...

ସମୁଦ୍ରରେ ପାଟ୍ରୋଲିଂବେଳେ ସ୍ପିଡ୍‌ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା...

କୃଷି ଓଡ଼ିଶାରେ ଯୋଗ ଦେବାକୁ ୬୦ ଚାଷୀ ଗଲେ ଭୁବନେଶ୍ୱର

ଜୁନାଗଡ଼,୫ା୧(ସୁନୀଲ କୁମାର ସିଂହ): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଗତ ୩ ତାରିଖଠାରୁ କୃଷି ଓଡିଶା କାର୍ଯ୍ୟକ୍ରମ ଚାଲୁଛି। ଏହି ପରିପ୍ରେକ୍ଷୀରେ ରବିବାର...

‘ପାଠ୍ୟ ପୁସ୍ତକରେ ବରଗଡ଼ ଧନୁଯାତ୍ରା ସ୍ଥାନିତ ହେଉ’; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଦେଶ ଦେଲେ କଂସ ମହାରାଜ…

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ)-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଶନିବାର ରାଜ ଦରବାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷା, ସଂସ୍କୃତି,...

ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଉମରକୋଟ/ରାଇଘର, ୪।୧(ସନ୍ତୋଷ ଶତପଥୀ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବନାଞ୍ଚଳରେ ଚାରାରୋପଣରେ ଦୁର୍ନୀତି ଅଭିଯୋଗରେ ଗୋନା ସେକ୍ସନ୍‌ ଫରେଷ୍ଟର କାମାକ୍ଷାପ୍ରସାଦ ସ୍ବାଇଁ, ଫରେଷ୍ଟଗାର୍ଡ ହରେକୃଷ୍ଣ ନାୟକଙ୍କୁ...

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ

ନୂଆପଡ଼ା,୪ା୧ (ମକାରୁ ବେମାଲ): ନୂଆପଡ଼ା-ଛତିଶଗଡ଼ ସୀମାନ୍ତରେ ଗୁରୁବାର ଓ ଶୁକ୍ରବାର ଓଡ଼ିଶା ଓ ଛତିଶଗଡ ଯବାନଙ୍କ ମିଳିତ ଅପରେଶନ ସମୟରେ ମାଓବାଦୀ ସହ ଗୁଳି ବିନିମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri