ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୂତଳ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟଣା ପାଇଁ ଆଇଓସିଏଲ୍ର ପ୍ରାଧିକୃତ ଅଧିକାରୀ ଏବଂ ଠିକାଦାର ସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ ଲିମିଟେଡର ଅଧିକାରୀଙ୍କୁ ଦାୟୀ କରାଯାଇଛି। ପୋଲିସ ତଦନ୍ତରୁ ଏହା ଜଣାପଡ଼ିଛି। ଏଥିସହ ବିସ୍ଫୋରଣ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଥିବା ଜଣାପଡ଼ିଛି।