କେନ୍ଦୁଝର,୨୧ା୫(ଡି.ଏନ୍.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣା ଓଡିଶା ମାନବାଧିକାର କମିଶନ ଏବଂ ଜାତୀୟ ମାନବାଧିକାର କମିଶନ ପାଖକୁ ଗଲାଣି। ଏନେଇ ଗୁରୁବାର କୁଡୁମୀ ସେନା ଓଡିଶା ତରଫରୁ ଦୋଷୀ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନଚେତ୍ କୁଡୁମୀ ସେନା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କେନ୍ଦୁଝର କୁଡୁମୀ ସେନାର କାଯର୍ୟକାରୀ ସଭାପତି ଗୋପାଳ ମହାନ୍ତ, ପଞ୍ଚପୀଢ କରଞ୍ଜିଆ କୁଡୁମୀ ସେନାର ସମ୍ପାଦକ ଯୁଧିଷ୍ଠିର ମହାନ୍ତ, ତ୍ରିଲୋଚନ ମହାନ୍ତ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।