ରାଜେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, ୨୪।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳମଣୀ ବାଗଙ୍କୁ ପୋଲିସ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଗତ ଦେସିଲର ଉଜ୍ଜ୍ୱଳମଣୀଙ୍କର ମୃତକଙ୍କ ପରିବାର ସହ ୨୦୦୭ରୁ ସମ୍ପର୍କ ରହିଥିଲା। ହେଲେ ପରେ ଉଜ୍ଜ୍ୱଳମଣୀଙ୍କ ତାଙ୍କ ଘରକୁ ଯିବା ଆସିବା ନେଇ ରାଜେନ୍ଦ୍ର ବିରୋଧ କରୁଥିଲେ। ଏହାକୁ ନେଇ ବହୁ ସମୟରେ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଥିଲା। ଗତ ୧୯ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଘଣ୍ଟବାହାଲି ଗ୍ରାମ ନିକଟସ୍ଥ ବନ୍ଧ ପାଖରେ ଥିଲେ। ସେହି ରାସ୍ତାଦେଇ ଅପରାହ୍ନ ପ୍ରାୟ ୪ଟାରେ ରାଜେନ୍ଦ୍ର ଏକ ବାଇକରେ ଯିବା ବେଳେ ଉଜ୍ଜ୍ୱଳମଣୀ ତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରୁ ଉଭୟେ ଗଁାପାଖ ଏକ ବ୍ରିଜ ପାଖକୁ ଯାଇ ମଦ ପିଇଥିଲେ। ଏହି ସମୟରେ ସେମାନଙ୍କ ସହ ସେଠାରେ ଉଜ୍ଜ୍ୱଳମଣୀଙ୍କର ଜଣେ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ମଦ ପିଇବା ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଜ୍ଜ୍ୱଳମଣୀ ଏକ ଗାମୁଛାରେ ରାଜେନ୍ଦ୍ରଙ୍କ ବେକକୁ ଚିପି ମାରି ଦେଇଥିଲେ। ପରେ ବାଇକ ଓ ମୃତଦେହକୁ ଘଟଣାସ୍ଥଳରୁ ଆଣି ରାସ୍ତାକଡ ଜମିକୁ ଫିଙ୍ଗି ଦେଇଥିଲେ। ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ବାଇକକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପୋଲିସ ଅନୁସନ୍ଧାନରେ ସମସ୍ତ ତଥ୍ୟ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା, ପଥର, ଖାଲି ଥିବା ମଦ ପାଉଚ ଜରି, କୋଲ୍ଡଡ୍ରିଙ୍କ ବୋତଲ ଆଦି ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ପୋଲିସ ଦଫା ୩୦୨, ୩୪ରେ ଏକ ମାମଲା(ନଂ. ୧୧୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତକଙ୍କ ସ୍ତ୍ରୀଙ୍କୁ ହତ୍ୟା ସମ୍ପର୍କରେ ପୋଲିସ ପଚରାଉଚରା କରିଥିଲା। ତାଙ୍କ ବୟାନରେ ତାଳମେଳ ନ ଥିବା ଉପଲବ୍ଧି କରି ପୋଲିସ ତାଙ୍କୁ ସନ୍ଦେହ ପରିସରକୁ ଆଣିଥିଲା। ପରେ ତାଙ୍କ ମୋବାଇଲ ଫୋନ କଲ ରେକର୍ଡକୁ ଯାଞ୍ଚ କରାଯାଇଥିଲା। ହତ୍ୟା ପୂର୍ବରୁ ଓ ପରେ ଉଜ୍ଜ୍ୱଳମଣୀଙ୍କ ସହ ସେ ଏକାଧିକ ଥର କଥା ହୋଇଥିବା ଯାଞ୍ଚରୁ ଜଣାପଡିଥିଲା। ଏହି ତଥ୍ୟ ପାଇବା ପରେ ପୋଲିସ ଉଜ୍ଜ୍ୱଳମଣୀଙ୍କୁ ସୋମବାର ସକାଳେ ତାଙ୍କ ଗଁା ଦେସିଲରୁ ଧରିଥିଲା। ତାଙ୍କୁ ଜେରା ବେଳେ ସେ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ହତ୍ୟାକାଣ୍ଡରେ ମୃତକଙ୍କ ସ୍ତ୍ରୀ ଏବଂ ମଦ ପିଇବା ସମୟରେ ଉପସ୍ଥିତ ଫେରାର ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମୋହିନି ମଲ୍ଲିକ, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସକାଳେ ରାଜେନ୍ଦ୍ରଙ୍କ ମୃତଦେହ ଘଣ୍ଟବାହାଲି ନିକଟ ବାଗଡେର ଗଁା ପାଖ ରାସ୍ତାକଡରେ ପଡିଥିବା ଦେଖି ଲୋକେ ପୋଲିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ...

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।...

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ...

ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ...

ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ

ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା...

ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…

ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ...

୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ

ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri