ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା: ୩ ବର୍ଷରେ ୧୩୨୮ ନାବାଳିକା ନିଖୋଜ, ବଢ଼ୁଛି ନାବାଳିକା ବଳାତ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ ନାବାଳିକା ଓ ମହିଳା ବଳାତ୍କାର ବୃଦ୍ଧି ପାଇଛି। ଦେଶରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ ୭ଜଣ ମହିଳା ଓ ୬ଜଣ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି। ଅପରାଧୀଙ୍କର ପୋଲିସକୁ ଡ଼ର ନାହିଁ। ଅପରାଧୀଙ୍କୁ ଦଣ୍ଡିତ କରାଯାଉ ନ ଥିବାରୁ ବଳାତ୍କାର ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସ ଉପରେ ଲୋକଙ୍କର ଭରସା ନାହିଁ। ଆଦିବାସୀ, ନିରୀହ ଲୋକମାନେ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି। ସରକାର କହୁଛନ୍ତି ସବୁ ଠିକ୍‌ ଅଛି। ସରକାରୀ ଦଳର ହାତବାରିଶି ସାଜିଛି ପୋଲିସ। ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ନ ଆସିଲେ ଆଗାମୀ ଦିନରେ ଲ ଆଣ୍ଡ ଅର୍ଡର ପରିସ୍ଥିତି ସୃଷ୍ଟି ହେବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି। ନାବାଳିକା ବଳାତ୍କାର, ଶିଶୁ ନିର୍ଯାତନା ଏବଂ ଆଇନଶୃଙ୍ଖଳାକୁ ନେଇ ସୋମବାର, ମଙ୍ଗଳବାର ଦୁଇ ଦିନ ଧରି ବିରୋଧୀମାନେ ଗୃହକୁ ଅଚଳ କରିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ସରକାର ବାଧ୍ୟ ହୋଇଥିଲେ। ବୁଧବାର ଶୂନ୍ୟକାଳ ପରେ ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ନାବାଳିକା ବଳାତ୍କାର ନେଇ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଘମାଘୋଟ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ରଖିବା ଲାଗି ରାଜ୍ୟବାସୀ ୫ଥର ସ୍ଥିର ସରକାର ଦେଇଛନ୍ତି। କିନ୍ତୁ ଏହାର ପରିଣାମ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଦୁର୍ଗମ ଅଞ୍ଚଳ କଥା ଦୂରେ ଥାଉ, ଖୋଦ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଉଛି। ପୋଲିସ ରାଜନେତାଙ୍କ ଚାଟୁକାର ସାଜିଛି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ହେଲେ କିମ୍ବା ନିଜର ଦାବି ଲାଗି କୃଷକମାନେ ରାଜପଥକୁ ଓହ୍ଲାଇଲେ ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଯାଉଛି। ଏପରିକି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଛି। ଏହା ରାଜ୍ୟ ପାଇଁ କେବେ ବି ଶୁଭଙ୍କର ନୁହେଁ। ପୋଲିସକୁ ଚୋର ଡକାୟତଙ୍କ ଡର ନାହିଁ। ମାହାଙ୍ଗାରେ ଜଣେ ସରପଞ୍ଚଙ୍କୁ ମାରି ଦିଆଗଲା। ଯିଏ ମଲେ ତାଙ୍କ ନାମରେ ମାମଲା କରାଯାଉଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ଓ ଜିଲାସ୍ତରରେ ଏକ କମ୍ପ୍ଲେନ୍‌ ଅଥରିଟି ରହିବା କଥା। ୩ ବର୍ଷରେ ୧୩୨୮ଜଣ ଝିଅ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୨ରୁ ୧୪ ବର୍ଷ ଝିଅଙ୍କୁ ଚୋରା ଚାଲାଣ କରାଯାଉଛି ଏବଂ ବିିଭିନ୍ନ ଅସଦକାର୍ଯ୍ୟରେ ଲଗାଯାଉଛି। ରାଜ୍ୟରେ ବଳାତ୍କାର, ହତ୍ୟା ଏବଂ ପକେଟମାର ଘଟଣା ବଢ଼ିଛି। ସରକାର ନିଜେ ବଞ୍ଚିବା ନ୍ୟାୟରେ ଚାଲିଛନ୍ତି। ବିଜେଡି ନିଜର କ୍ଷମତାକୁ ଅପବ୍ୟବହାର କରୁଛି ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ...

ପମି ଆଣିଲେ ଅଭିଯୋଗ: ଚୋରି କରି ନେଇଛନ୍ତି ମୋ ଗୀତ

ଭୁବନେଶ୍ୱର,୨୬ା୯: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ କଣ୍ଠଶିଳ୍ପୀ ପମି ମିଶ୍ର। ତାଙ୍କର ୧୪ ବର୍ଷ ପୁରୁଣା ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri