Posted inଖେଳ

ରାଜ୍ୟ ଆଥଲେଟିକ୍‌ ମିଟ୍‌ କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନର୍ସଅପ୍‌

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)-
କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ୬୭ତମ ସଂସ୍କରଣ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ କଟକ ଦଳ ୫୫୭ ପଏଣ୍ଟ ପାଇ ଓଭରଅଲ୍‌ ଚାମ୍ପିୟନ ହୋଇଛି। ୨୬୪ ପଏଣ୍ଟ ସହିତ ସୁନ୍ଦରଗଡ଼ ରନର୍ସଅପ୍‌ ହୋଇଛି। ୨୦ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ପ୍ରତିନିଧିତ୍ୱ କରିଥିବା କିଟ୍‌ର ମନିଷା ମେରେଲ ଓ ୪୦୦ ମିଟର ରେସ୍‌ରେ ଭାଗ ନେଇଥିବା ଓଡ଼ିଶା ପୋଲିସର ବିଘ୍ନରାଜ ମିରିଡିଆ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ପୁରୁଷ ଆଥଲେଟ୍‌ ବିବେଚିତ ହୋଇଥିଲେ। ମନିଷାଙ୍କୁ ଶଶିକାନ୍ତ ମେମୋରିଆଲ ଟ୍ରଫି ସହ ୧୦୦୦ ଏବଂ ବିଘ୍ନରାଜଙ୍କୁ ଜୋଡାର କାର୍ଲ ଲୁଇସ ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ଟ୍ରଫି ଓ ୧୦୦୦ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ୧୪ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼(୪୩ ପଏଣ୍ଟ), ବାଳକରେ ଭୁବନେଶ୍ୱର(୨୬), ୧୬ ବର୍ଷରୁ କମ୍‌ ବାଳିକାରେ ଭୁବନେଶ୍ୱର(୬୪), ବାଳକରେ ଭୁବନେଶ୍ୱର(୫୩), ୧୮ ବର୍ଷରୁ କମ୍‌ ବାଳିକାରେ କଟକ(୫୫), ବାଳକରେ କଟକ(୯୭), ୨୦ ବର୍ଷରୁ କମ୍‌ ବାଳିକାରେ କଟକ(୭୦), ବାଳକରେ କଟକ(୬୫), ମହିଳାରେ କଟକ(୯୩) ଓ ପୁରୁଷରେ ଓଡ଼ିଶା ପୋଲିସ(୧୨୮ ପଏଣ୍ଟ) ପ୍ରଥମସ୍ଥାନ ଅଧିକାର କରିଥିଲା।
ପ୍ରତିଯୋଗିତାର ତୃତୀୟ ଦିବସରେ ୨ଟି ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ କିଟ୍‌ର ପ୍ରଭାତି ମାଝି ୧୨:୧୧.୮ ସେକେଣ୍ଡ ସମୟ ନେଇ ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପୂର୍ବରୁ ରେକର୍ଡ ଟାଇମିଂ ଥିଲା ୧୨:୪୧.୭ ସେକେଣ୍ଡ। ସେହିପରି ୨୦ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ପୁରୀର ଅଭିଷେକ ପଣ୍ଡା ମିଟ୍‌ ରେକର୍ଡ କରିଛନ୍ତି। ସେ ୪୩.୦୪ ଦୂରକୁ ହାମର ଥ୍ରୋ କରି ପୂର୍ବରୁ ଥିବା ରେକର୍ଡ(୪୨.୧୬ ମିଟର)କୁ ଭାଙ୍ଗିଛନ୍ତି। ଅନ୍ତିମ ଦିବସରେ ଅନୁଷ୍ଠିତ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୨୦ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ରେସ୍‌ରେ ମଧୁମିତା ଦେବ୍‌, ୩୦୦୦ ମିଟର ରନରେ ସ୍ବେତା କୁଜୁର, ୪୦୦ ମିଟର ହର୍ଡଲ୍ସରେ ପ୍ରିୟଙ୍କା ଟପ୍ପୋ, ଟ୍ରିପଲ ଜମ୍ପରେ ବିଷ୍ଣୁପ୍ରିୟା ନାୟକ, ହାମର ଥ୍ରୋରେ ସ୍ବେତଲିନା ନାୟକ ହେପ୍‌ଟାଥଲନରେ ପ୍ରିୟଙ୍କା ଟପ୍ପୋ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୁରୁଷ ୨୦୦ ମିଟର ରେସ୍‌ରେ ଅମିୟ ମଲିକ, ୮୦୦ ମିଟର ରେସ୍‌ରେ ରୋଶନ ମିଞ୍ଜ, ୧୦୦୦୦ ମିଟର ରେସ୍‌ରେ ଅଶୋକ ଦଣ୍ଡସେନା, ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ବିପିନ ପ୍ରଧାନ, ୪୦୦ ମିଟର ହର୍ଡଲ୍ସରେ କୌଶଲ୍ୟା କୁମାର ନାୟକ, ପୋଲଭଲ୍ଟରେ ମନୋଜ କୁମାର ହେମ୍ବ୍ରମ ହାମର ଥ୍ରୋରେ ମଳୟ ରଞ୍ଜନ ପତି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ୨୦୦ ମିଟରରେ ଦୂତୀ ଚାନ୍ଦ, ୧୦୦୦୦ ମିଟର ରେସ୍‌ରେ ଅସ୍ମିତା ସେଠୀ, ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପ୍ରଭାତି ମାଝି, ୪୦୦ ମିଟର ହର୍ଡଲ୍ସରେ ଜଉନା ମୁର୍ମୁ, ଟ୍ରିପଲ ଜମ୍ପରେ ରେନ୍‌କି ସାହୁ, ହାମର ଥ୍ରୋରେ ଦିବ୍ୟା ସାଣ୍ଡିଲ୍ୟ, ହେପ୍‌ଟାଥଲନରେ ସଞ୍ଜୁକ୍ତା ମିଞ୍ଜ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri