Posted inଖେଳ

ରାଜ୍ୟ ଆସୋସିଏଶନ ନିର୍ବାଚନ ପାଇଁ ତାରିଖ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ,୬।୯(ପିଟି)- ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇ ପରିଚାଳନା ପାଇଁ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ଅନ୍ତିମ ତାରିଖକୁ ଦୁଇ ସପ୍ତାହ ଘୁଞ୍ଚାଇ ଦେଇଛି। ଫଳରେ ରାଜ୍ୟ ଆସୋସିଏଶନଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ସମୟ ମିଳିଛି। ପୂର୍ବରୁ ୧୪ ତାରିଖକୁ ଅନ୍ତିମ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ସମୟସୀମା ୧୪ରୁ ଘୁଞ୍ଚାଇ ୨୮ ତାରିଖ କରାଯାଇଛି ବୋଲି ସିଓଏ ପକ୍ଷରୁ କୁହାଯାଇଛି। ଆଉ ତାରିଖ ଖୁଞ୍ଚାଇବା ସମ୍ଭବ ନୁହେଁ। କାରଣ ବିସିସିଆଇର ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଥିପୂର୍ବରୁ ରାଜ୍ୟ ଶାଖାର ନିର୍ବଚନ ପ୍ରକ୍ରିୟା ଶେଷ ହୋଇଥିବା ଦରକାର। ଯାହାଫଳରେ ସେମାନଙ୍କ ପ୍ରତିନିଧିମାନେ ବିସିସିଆଇ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। କିଛି ରାଜ୍ୟ ଆସୋସିଏଶନ ଓ ଇଲେକ୍ଟୋରାଲ ଅଫିସରଙ୍କ ଅନୁରୋଧ କ୍ରମେ ତାରିଖ ଘୁଞ୍ଚାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ...

୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୯।୧୧: ଇଂଲଣ୍ଡ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର ୨୮ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି...

ଭାରତ ବିନା ଖେଳାଯିବ ଚାମ୍ପିଅନ୍ସ ଟ୍ରଫି? ପିସିବିର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୮।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ନଭେମ୍ବର ୨୯ରେ ଆଇସିସିର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିସିସିଆଇ ଏବଂ ପିସିବି ସହିତ ସମସ୍ତ...

ପୁଣି ଡିସେମ୍ବରରେ ହେବ ଅକ୍ସନ, ଏଥର ବେଙ୍ଗାଲୁରୁରେ ଡକାଯିବ ନିଲାମ, ସାମ୍ନାକୁ ଆସିଲା ତାରିଖ…

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ଲାଗି ମେଗା ଅକ୍ସନର ଆୟୋଜନ କରାଯାଇଥିଲା। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ରେକର୍ଡ ଟଙ୍କା ବର୍ଷା କରାଯାଇଥିଲା। ଏବେ କ୍ରିକେଟ ପ୍ରଶଂସକ...

୩୦ କୋଟି ରୋଜଗାର କରି ବିଶ୍ୱ ରେକର୍ଡ କଲେ ପନ୍ତ, କୋହଲିଙ୍କୁ ବି ଟପିଗଲେ…

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଲାଗି ନଭେମ୍ବର ୨୪ ଏକ ସ୍ମରଣୀୟ ଦିନ। କାରଣ ଏହି ଦିନ ତାଙ୍କ ଉପରେ ଟଙ୍କା ବର୍ଷା ହୋଇଛି...

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଭୁବନେଶ୍ୱର କିସ୍‌ ଚାମ୍ପିୟନ

ଦିଗପହଣ୍ଡି/ପାଟପୁର,୨୮।୧୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ...

ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୧୧: ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଜଣେ ଖେଳାଳି ସନ୍ନ୍ୟାସ...

ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ…

ଆଡିଲେଡ,୨୮।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା। ଏଥିରେ ଆୟୋଜକ ଟିମ୍‌କୁ ୨୯୫ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଏହି ହାର୍‌ର ସ୍କ୍ରିପ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri