Posted inରାଜ୍ୟ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌: ୩୧ ତାରିଖ ମଧ୍ୟରେ ଚଳଚ୍ଚିତ୍ର, ଟେଲି ଧାରାବାହିକ ଲାଗି ଆବେଦନ

ଭୁବନେଶ୍ୱର,୩ା୭(ବ୍ୟୁରୋ): ୨୦୧୮ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ନବାଗତମାନଙ୍କର ବର୍ଷ। ଏହିବର୍ଷ ରିଲିଜ ହୋଇଥିବା ପ୍ରାୟ ୩୦ଟି ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା, ନାୟକଙ୍କୁ ଦେଖିବାକୁ ମିଳିଥିଲା। ଆଗଧାଡିର ଅଭିନେତ୍ରୀ, ଅଭିନେତା ଓ ପରିଚିତ କଳାକାରଙ୍କ ପାଇଁ ମଧ୍ୟ ୨୦୧୮ ଅଳ୍ପବହୁତେ ସଫଳତା ଆଣିଥିଲା। ନକଲର ଧାରା ଜାରି ରହିଥିଲେ ବି କିଛି ମୌଳିକଧର୍ମୀ ଓ କମେଡି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା। ସେହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଶ୍ରେଷ୍ଠତ୍ବ ଚୟନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଗୁଣବତ୍ତା ସମ୍ପନ୍ନ ଓଡିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ପ୍ରସାରିତ ଧାରାବାହିକ ତଥା ଟେଲି ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୮ରେ ୨୭ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦ଟି ବିଭାଗରେ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ତାରିଖ ମଧ୍ୟରେ ସେମାନଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡିକୁ ପୁରସ୍କାର ଲାଗି ପଠାଇପାରିବେ। ସେହିପରି ୭ମ ଥର ଲାଗି ୨୦୧୮ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ପରି ଟେଲି ଧାରାବାହିକ ପାଇଁ ମଧ୍ୟ ୩୧ ତାରିଖ ଭିତରେ ଆବେଦନ କରିବାକୁ କୁହାଯାଇଛି।
ଗୁଣାତ୍ମକ ତଥା ମୌଳିକଧର୍ମୀ ଚଳଚ୍ଚିତ୍ରକୁ ଦୃଷ୍ଟିରେ ରଖି ଏଥର ପୁରସ୍କାର ଚୟନ ଲାଗି କେତେକ ନିୟମ କରାଯାଇଛି। ଚଳଚ୍ଚିତ୍ର ଏବଂ ଟେଲି ପୁରସ୍କାର ଲାଗି ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଚଳଚ୍ଚିତ୍ର ଏବଂ ଟେଲି ଧାରାବାହିକଗୁଡିକୁ ଡିଭିଡି ଫର୍ମାଟ ଏବଂ ପେନ୍‌ଡ୍ରାଇଭ୍‌ରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡିଗୁଡିକର ୧୦ଟି କପି ସହ ସମସ୍ତ ଗୀତର ଗୀତିକାର ତଥା ଗାୟକଙ୍କର ସମ୍ପୂର୍ଣ୍ଣ ବିବରଣୀ, କଳାକାର ଏବଂ ଟେକ୍ନିସିଆନ୍‌ଙ୍କ ନାମ, ଠିକଣା ଦାଖଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଡିଭିଡି ପାଇଁ ସେନ୍‌ସର୍‌ ସାର୍ଟିଫିକେଟ୍‌ର ଆଟେଷ୍ଟେଡ୍‌ କପି ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ପୁରସ୍କାର ଚୟନ ଲାଗି ଚଳିତବର୍ଷ ୭ଟି ସର୍ତ୍ତାବଳୀ ରଖାଯାଇଛି। ଆବେଦନ କରିବାକୁ ଥିବା ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରଗୁଡିକ ୨୦୧୮ ମଧ୍ୟରେ ନିର୍ମିତ ହେବାସହ ଟେଲି ଧାରାବାହିକଗୁଡିକ ୨୦୧୮ ମଧ୍ୟରେ ପ୍ରସାରିତ ହୋଇଥିବା ବାଞ୍ଛନୀୟ ବୋଲି କୁହାଯାଇଛି। ଏଥିପାଇଁ ଯେଉଁ ଚ୍ୟାନେଲରେ ଧାରାବାହିକ ପ୍ରସାରିତ ହୋଇଥିବ ସମ୍ପୃକ୍ତ ଚ୍ୟାନେଲଗୁଡିକଠାରୁ ସେଗୁଡିକର ପ୍ରସାରଣ ପ୍ରମାଣପତ୍ର ଆବେଦନ ସହ ସଂଯୋଗ କରିବା ବାଧ୍ୟତାମୂଳକ। କେବଳ ଓଡିଆ ଭାଷା ଓ ଓଡିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଆବେଦନ କରିପାରିବେ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ଦ୍ବାରା ପ୍ରାଧିକୃତ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ବହିର୍ଭୂତ କିମ୍ବା ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟରେ ଦାଖଲ କରାଯାଇ ନଥିବା ଡିଭିଡିଗୁଡିକୁ ଚୟନ କମିଟି ବିଚାରକୁ ନେବନାହିଁ।
ଟେଲି ଧାରାବାହିକ ଏପିସୋଡ୍‌ଗୁଡିକ ମଧ୍ୟରୁ ଯେକୌଣସି ସମ୍ପୂର୍ଣ୍ଣ ୨୫ ମିନିଟ୍‌ ଏପିସୋଡ୍‌ର ଏକ ଡିଭିଡି ଦାଖଲ କରିବାକୁ କୁହାଯାଇଛି। ମନୋନୟନ ପ୍ରକ୍ରିୟା ସହ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ଖଳନାୟିକା, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବନ୍ଧିତ ଡିଭିଡି ଦରଖାସ୍ତ ସହ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri