ରାଜ୍ୟ ପ୍ରଶାସନରେ ଅଦଳବଦଳ: ଅସିତଙ୍କୁ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ରାଜ୍ୟ ଶୀର୍ଷସ୍ତରୀୟ ପ୍ରଶାସନରେ ବ୍ୟାପକ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ଅଫିସର ଅସିତ କୁମାର ତ୍ରିପାଠୀଙ୍କୁ କୋରାପୁଟସ୍ଥିତ କେବିକେ ପ୍ରଶାସନର ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେବିକେ ପ୍ରଶାସନ ମୁଖ୍ୟ ଥିବା ସୁଦର୍ଶନ ପାଲଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ଓ ଗାପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶିକା ରଞ୍ଜନା ଚୋପ୍ରାଙ୍କୁ ଏସ୍‌ସି, ଏସ୍‌ଟି, ଓବିସି ଏବଂ ସଂଖ୍ୟାଲଘୁ ବିକାଶ ବିଭାଗ ପ୍ରମୁଖ ସଚିବଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଇଲେକ୍ରୋଟିକ୍ସ ଏବଂ ବୈଷୟିକ ଶିକ୍ଷା ବିଭାଗର ଏଏସିଏସ୍‌ଥିବା ସି.ଜେ ଭେଣୁଗୋପାଳଙ୍କୁ କଟକସ୍ଥିତ ରାଜସ୍ବ ପର୍ଷଦର ସଭ୍ୟଭାବେ ମନୋନୀତ କରାଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ନୀତେନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ଓ ପେନସନ୍‌, ଅଭିଯୋଗ ବିଭାଗର ସ୍ବତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ଡି.କେ ସିଂହଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅବକାରୀ କମିଶନର ତଥା ସଚିବ ସୁଶୀଲ କୁମାର ଲୋହାନୀଙ୍କୁ କଟକସ୍ଥିତି ବାଣିଜି୍ୟକ କର କାର୍ଯ୍ୟାଳୟର କମିଶନରଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କଟକ ଆଇଜି ପୋଲିସ ଅରୁଣ ବ୍ରୋଥାଙ୍କୁ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଦାୟିତ୍ୱ ଦିଆଯାଇଛି। ଏସ୍‌ସି, ଏସ୍‌ଟି,ଓବିସି ଓ ସଂଖ୍ୟାଲଘୁ ବିକାଶ ଭାରାପ୍ରାପ୍ତ ସଚିବ ଆର.ରଘୁ ପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ସହ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ସହ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ବିଶାଳ ଗଗନଙ୍କୁ ପୂର୍ଣ୍ଣଭାବେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା: ଅନିୟମିତତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର,୨୮ା୯(ଅନିଲ ଦାସ):କୌଣସି ପରିସ୍ଥିତିରେ, କୌଣସି ସ୍ତରରେ ସରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। ତେଣୁ...

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ଜଳେଶ୍ୱର,୨୮।୯: ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା...

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଅଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri