ରାପିଡ ରେସ୍‌ପନ୍ସ ଟିମ୍‌ ଗଠିତ

ବାଲେଶ୍ୱର ଅଫିସ,୧୭।୩-କରୋନା ଭୂତାଣୁ (କୋଭିଡ଼ି-୧୯) ସଂକ୍ରମଣକୁ ରୋକିବା ଏବଂ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବାଲେଶ୍ୱର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି। ଆକ୍ରାନ୍ତ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ସହ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି। କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେବା ସକାଶେ ୦୬୭୮୨-୨୬୨୧୮୪ ନମ୍ବରକୁ ଫୋନ୍‌ କରିବାକୁ କୁହାଯାଇଛି। ଏହାବ୍ୟତୀତ ଜିଲା ମୁଖ୍ୟଚିକିତ୍ସାଳୟରେ ନୋଡ଼ାଲ ଅଫିସରଙ୍କ ମୋବାଇଲ ଫୋନ ନମ୍ବର ୯୪୩୯୯୮୨୦୦୧କୁ ଫୋନ୍‌ କରିବା ଲାଗି ଲୋକଙ୍କୁ ସୂଚନା ଦିଆଯାଇଛି।
ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ସନ୍ଧ୍ୟାରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେବା ସହ ଜିଲାବ୍ୟାପୀ ଜନସଚେତନତା ସୃଷ୍ଟି ଲାଗି ନିଆଯାଇଥିବା ବିବିଧ ପଦକ୍ଷେପ ବିଷୟ ଉଲ୍ଲେଖ କରିଥିଲେ। ସାଧାରଣ ଲୋକେ କିଭଳି ଭୂତାଣୁ ଠାରୁ ନିଜକୁ ଦୂରେଇ ରଖିବେ ସେନେଇ ପରାମର୍ଶ ଦେଇଥିଲେ।
ଜିଲାପାଳ ଚକ୍ରବର୍ତ୍ତୀ ଆହୁରି ଦର୍ଶାଇଥିଲେ ଯେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ବାଲେଶ୍ୱର ଜିଲାରେ ବିଦେଶରୁ ଆସିଥିବା ୮୯ଜଣ ନାଗରିକଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୫୮ଜଣଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ସମୟ ଅବଧି ଶେଷ ହୋଇସାରିଛି। ଅବଶିଷ୍ଟ ୩୧ଜଣଙ୍କ କ୍ୱାରେଣ୍ଟାଇନ ଶେଷ ହୋଇନାହିଁ। ଏହି ୩୧ ସନ୍ଦିଗ୍ଧ ରୋଗୀ ଭୋଗରାଇ ଅଞ୍ଚଳର ବୋଲି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବାସକାଶେ ଗାଁ ଗହଳି ଓ ସହରାଞ୍ଚଳରେ କରୋନା ଭୂତାଣୁ ସମ୍ପର୍କିତ ଲିଫଲେଟ୍‌, ପୋଷ୍ଟର ଗାଁ କଲ୍ୟାଣ ସମିତି, ଅଙ୍ଗନୱାଡ଼ି କର୍ମୀ, ଏଏନ୍‌ଏମ୍‌ ଏବଂ ଆଶା କର୍ମୀଙ୍କ ମାଧ୍ୟମରେ ଘରେ ଘରେ ବଣ୍ଟନ କରାଯାଉଛି। ମୋଟ୍‌ ୫ଲକ୍ଷ ଲିଫଲେଟ୍‌ ପ୍ରସ୍ତୁତ ହୋଇଛି। ସେହିପରି ୬୦ହଜାର ପୋଷ୍ଟର ଛପାଯାଇ ବଣ୍ଟନ ହେଉଛି। ସମସ୍ତ ମେଡିକାଲ ଅଫିସରମାନଙ୍କୁ ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ଏବଂ ୱାର୍ଡ କଲ୍ୟାଣ ସମିତିଗୁଡିକୁ ସାନିଟାଇଜେଶନ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ଜିଲାସ୍ତରୀୟ ଲାଇନ୍‌ ଡିପାର୍ଟମେଣ୍ଟଗୁଡିକରେ ଦୁଇ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ସିଂହୋମ୍‌, ଘରୋଇ ଡାକ୍ତର ଓ କ୍ଲିନ୍‌କଗୁଡ଼ିକୁ ମଧ୍ୟ ଦୁଇଥର ସାନିଟାଇଜେଶନ୍‌ କରାଯାଇ ସାରିଲାଣି। କରୋନା ଭୂତାଣୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇ ବ୍ୟକ୍ତିଗତ ଭାବେ ଲୋକେ ସଚେତନ ହୋଇ ଖାଇବା ପୂର୍ବରୁ ଭଲଭାବେ ସାବୁନ୍‌ ଓ ପାଣିରେ ହାତଗୋଡ ଧୋଇବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ନେଇ ମଧ୍ୟ ଲୋକଙ୍କୁ ଅନୁରୋଧ ଜଣାଇଛନ୍ତି। ଏହାସହିତ ବାହାଘର, ସମ୍ମିଳନୀ, ସପିଂ ମଲ୍‌, ସିନେମା ହଲ, ଯାତ୍ରା ପାର୍ଟି, ମେଳା ମହୋତ୍ସବ ଆଦି ଜନଗହଳି ସ୍ଥାନକୁ ନ ଯିବାକୁ ଅନୁରୋଧ କରାଯାଇଛି। କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର, କାଶ ନ ଛାଡ଼ିଲେ ସିଧାସଳଖ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗ ସମ୍ପର୍କରେ ସୂଚନା ଦେଲେ ଡାକ୍ତରମାନେ ତାଙ୍କର କଫ ପରୀକ୍ଷା ପାଇଁ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, କରୋନା ପ୍ରତିଷେଧ ଅଭିଯାନର ନୋଡ଼ାଲ ଅଫିସର ଡା. ଅନ୍ତର୍ଯ୍ୟାମୀ ମିଶ୍ର ଓ ଡିପିଏମ୍‌ ଅନୀଲ କୁମାର ମହାନ୍ତି ପ୍ରମୁଖ ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri