ଟିଟଲାଗଡ଼,୨୦।୬(ଡି.ଏନ୍.ଏ.): ବଲାଙ୍ଗିର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡ଼େର ଗାମର ରାସ୍ତାକଡରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର। ସେ ବୁଧବାର ସନ୍ଧ୍ୟାରୁ ବାଇକ୍ରେ ଘରୁ ବାହାରି ଆଉ ଫେରି ନ ଥିଲେ। ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।