Posted inଜାତୀୟ

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶେଷରେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜାଲ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀମାନେ ୧୧ ଘଣ୍ଟା ଧରି ଚଳାଇଥିବା ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ପୋଲିସକୁ ଭାଜପାର ସଶସ୍ତ୍ର ଶାଖା ବୋଲି ଅଭିହିତ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।
ତିସ୍‌ ହଜାରି କୋର୍ଟରେ ଶନିବାର ପାର୍କିଂକୁ ନେଇ ପୋଲିସ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ କେତେଜଣ ଆଇନଜୀବୀ ଓ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ଆଇନଜୀବୀମାନେ ଏକ ପୋଲିସ ଗାଡ଼ିକୁ ପୋଡ଼ିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହିପରି ସୋମବାର ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସାକେତ ଜିଲା କୋର୍ଟ ବାହାରେ ୟୁନିଫର୍ମ ପିନ୍ଧି ମୋଟରସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କହୁଣୀରେ ମାରିବା ଅଭିଯୋଗରେ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଇଟି ଏତଲା ଦାଏର କରାଯାଇଛି। ଏହି ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ପୋଲିସ କର୍ମୀ ଆଇଟିଓସ୍ଥିତ ପୋଲିସ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିବାରୁ ସେମାନେ ‘ଆମକୁ ନ୍ୟାୟ ଦରକାର’ ଓ ‘ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଆଉ କେତେଜଣ କର୍ମଚାରୀ ୧୯୮୮ର ଆଇନଜୀବୀ-ପୋଲିସ ସଂଘର୍ଷର ସ୍ମୃତିଚାରଣ କରି ତତ୍କାଳୀନ ଆଇପିଏସ୍‌ ଅଧିକାରୀ କିରନ ବେଦୀଙ୍କୁ ମନେପକାଇଥିଲେ। କେହି କେହି ସମ୍ପ୍ରତି ପୁଡୁଚେରୀ ଉପରାଜ୍ୟପାଳ ଥିବା କିରନଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ‘ଆମ କମିଶନର କିରନ ବେଦୀଙ୍କ ଭଳି ହେବା ଉଚିତ’। ଦିଲ୍ଲୀରେ ପୋଲିସର ଏଭଳି ବିକ୍ଷୋଭ କେବେ ଦେଖିବାକୁ ମିଳି ନ ଥିଲା। ଏହି ଆନ୍ଦୋଳନ ଯୋଗୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ହରିୟାଣା ଓ ବିହାର ପୋଲିସ ସଂଘ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିକ୍ଷୋଭକୁ ସମର୍ଥନ ଜଣାଇଥିଲା। ଏସବୁକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଆହତ କର୍ମଚାରଙ୍କ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଘୋଷଣା କରାଯାଇଥିଲା।
ପୋଲିସ କର୍ମଚାରୀ ୧୦ ଦଫା ଦାବି ନେଇ ହାତରେ କଳା ପଟି ବାନ୍ଧି ବିକ୍ଷୋଭ ଚଳାଇଥିବାବେଳେ ସନ୍ଧ୍ୟା ଯାଏ ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟ ଇଣ୍ଡିଆ ଗେଟ୍‌ ସାମ୍ନାରେ ବିକ୍ଷୋଭ କରିଥିଲେ। ଲୋକେ ସମସ୍ତ ପର୍ବକୁ ନିର୍ଭୟରେ ପାଳନ କରିପାରିବେ ବୋଲି ଦିଲ୍ଲୀ ପୋଲିସର ଅଧିକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ଏହି ତ୍ୟାଗ କରିବାବେଳେ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି। ଆମର କିଛି ଭାବନା କି ଅଧିକାର ନାହିଁ ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ମୁନେଶ ଦହିୟା ପ୍ରଶ୍ନ କରିଛନ୍ତି। ଉତ୍ତ୍ୟକ୍ତ ଭିଡ଼କୁ ଦେଖି ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ ଅଫିସରୁ ବାହାରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲିସକୁ ଏକ ଶୃଙ୍ଖଳିତ ବଳ ଭାବେ ବ୍ୟବହାର ଦେଖାଇବାକୁ ପଡ଼ିବ। ପୋଲିସ ଆଇନର ଅନୁପାଳନ କରୁ ବୋଲି ସରକାର ଓ ଲୋକେ ଆଶା କରନ୍ତି। ଏହା ଆମର ବଡ଼ ଉତ୍ତରଦାୟିତ୍ୱ। ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଚାଲିଛି। ତେଣୁ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ ପାଇଁ ଲାଗିଥିବା ଅମୂଲ୍ୟ ପରେ ଖବରଦାତାଙ୍କୁ କହିଥିଲେ। ତେବେ ପ୍ରଥମେ ଆମକୁ ଆମର ଖାକିର ସମ୍ମାନ ବଞ୍ଚାଇବାକୁ ହେବ। ତା’ପରେ ଯାଇ ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ଜଣେ ପୋଲିସ କର୍ମଚାରୀ କହିଥିଲେ। ଦିଲ୍ଲୀ ପୋଲିସରେ ୮୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଏକ ସଂଘ ଗଠନ କରାଯାଉ ବୋଲି ପୋଲିସ କର୍ମୀମାନେ ଦାବି କରିଥିଲେ। ଶନିବାର ତିସ୍‌ ହଜାରି କୋର୍ଟରେ ହୋଇଥିବା ସଂଘର୍ଷ ନେଇ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ରାତିରେ ଏଲ୍‌ଜି ଅନିଲ ବୈଜାଲ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୧୧: ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ଆଇଏଏସ୍‌ ସଞ୍ଜୟ ମୂର୍ତ୍ତିଙ୍କୁ ପରବର୍ତ୍ତୀ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି...

୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ

ନୂଆଦିଲ୍ଲୀ ,୧୮ା୧୧:ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ପାଟ୍ରୋଲ ଜାହାଜ ରବିବାର ଧରିନେଉଥିଲା। ଖବର ପାଇ ଭାରତୀୟ ତଟ ସୁରକ୍ଷା ବାହିନୀ...

ବେଆଇନ ଗଛକଟା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ,୧୮ା୧୧(ପି.ଟି.):ଦିଲ୍ଲୀ ରିଜ୍‌ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍‌ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)...

ବିବାହ ପରେ ବଦଳିଗଲା ଲୁକ୍: ଟ୍ରୋଲ୍ ହେଲେ ସ୍ଵରା ଭାସ୍କର

ନୂଆଦିଲ୍ଲୀ,୧୮।୧୧: ବିବାହ ପରେ ବଦଳି ଯାଇଛି ବଲିଉଡ ସୁନ୍ଦରୀ ସ୍ଵରା ଭାସ୍କରଙ୍କ ଲୁକ୍। ୩୬ ବର୍ଷୀୟ ଅଭିନେତ୍ରୀଙ୍କ ଜୀବନରେ ଆସିଛି ବଡ ପରିବର୍ତନ। ଯେ କେହି...

ଆମେରିକାରେ ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ

କାଲିଫର୍ନିଆ,୧୮।୧୧: ଆମେରିକାର କାଲିଫର୍ନିଆରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ କାବୁ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି...

ମୋଦିଙ୍କ ପରେ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଳୀ,୧୮।୧୧: ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ୨୦୦୨ ଗୋଧ୍ରା ଘଟଣାରେ ନିର୍ମିତ ଫିଲ୍ମ ବିଷୟରେ ଦର୍ଶକଙ୍କୁ...

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: କାହିଁକି ଏମିତି କହିଲେ ଏକନାଥ ଶିନ୍ଦେ

ପୁଣେ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମୁଁ ମହାରାଷ୍ଟ୍ର...

୧୦ ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮।୧୧: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri