ରାସ୍ତାରେ କାନ୍ଥ ଭୁଶୁଡିଲା, ଗମନାଗମନ ବାଧାପ୍ରାପ୍ତ

ଓଡ଼ଗାଁ,୧୭ା୮(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଧୋବା ସାହିରେ ଗୁରୁବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡିବାରୁ ଗୋଟିଏ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ରାସ୍ତା କଂକ୍ରିଟ ହେଉଥିବା ବେଳେ ଆଉ କେତେକ ରାସ୍ତାକୁ ଲାଗି ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି ା ଓଡ଼ଗାଁ ପାଟଣାସାହି ଛକଠାରୁ ଧୋବାସାହି ଦେଇ ଦରପଦାକୁ ଯାଇଥିବା ମୁଖ୍ୟ ରାସ୍ତା ଅନ୍ତର୍ଗତ ଧୋବାସାହିରେ ଡ୍ରେନ ନିର୍ମାଣ କରିବାକୁ ମନଇଚ୍ଛା ଜେସେବି ଦ୍ୱାରା ଖୋଳା ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷାରେ ଖୋଳାଯାଇଥିବା ଡ୍ରେନରେ ବର୍ଷାପାଣି ଆସିବାରୁ ଏଥିରେ ଡ୍ରେନ ସଂଲଗ୍ନ ଦୁଃଖି ସିଠ(୭୫) ନାମ୍ନୀ ବୃଦ୍ଧାଙ୍କ ଏକ ଟାଇଲ ଛପର ଘରର ମୂଳଦୁଆ ଧସିଯାଇଥିଲା ା ତାଙ୍କ ଘରର ମୁଖ୍ୟ କାନ୍ଥ ଭୁଶୁଡି ରାସ୍ତା ଉପରକୁ ଚାଲିଆସିଥିଲା ା ପରିବାର ଲୋକେ ଶୋଇଥିବା ବେଳେ ଘର ଭିତର ପରିବର୍ତ୍ତେ ବାହାର ପଟକୁ ଭୁଶୁଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ା ରାସ୍ତା ଉପରେ କାନ୍ଥର ଭଙ୍ଗାଅଂଶ ବିଛାଡି ହୋଇ ପଡିଥିବାରୁ ସେହି ରାସ୍ତା ଦେଇ ଗମନାଗମନ ବନ୍ଦ ରହିଛି ା ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଘର ମାଲିକଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେ ରାସ୍ତାରୁ ଭଙ୍ଗା କାନ୍ଥ ଉଠାଇବାକୁ ଦେଇ ନ ଥିଲେ। ତହସିଲଦାର ଓ ପୋଲିସ ଫୋର୍ସଙ୍କ ସହାୟତାରେ ଏହାକୁ ତୁରନ୍ତ ସଫା କରିବାକୁ ଉଦ୍ୟମ କରାଯିବ। ଏହାସହିତ ଘରମାଲିକଙ୍କ ଭାଙ୍ଗି ଯାଇଥିବା କାନ୍ଥ ଓ ଘର ତିଆରି କରିବାକୁ ଆବଶ୍ୟକ ସହାୟତା ଦେବାକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଲୋଚନା କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଦଶପଲ୍ଲା,୭।୯(ଳୋକନାଥ ମିଶ୍ର):ନୟାଗଡ ଜିଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ...

ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି।...

ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଟଙ୍କା, ସୁନା ଗହଣା ଲୁଟିନେଲେ ଯୁବକ, ଆଉ ତା’ ପରେ…

ଖଣ୍ଡପଡ଼ା,୪ା୯(ଅଜୟ କୁମାର ମହାରଣା): ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ଯୁବକ ସୁନା ଗହଣା ଓ ଟଙ୍କା ଲୁଟ୍‌ କରି ନେଇଛନ୍ତି। ଏନେଇ...

ସୁଭଦ୍ରା ଯୋଜନା ଫର୍ମ ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼

ରଣପୁର,୩ା୯(ସୁକାନ୍ତ କିଶୋର ଡାକୁଆ): ସୁଭଦ୍ରା ଯୋଜନା ଫର୍ମ ପାଇଁ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ...

ଶ୍ରୀଜୀଉଙ୍କ ଦାନ୍ତକାଠି ସେବାରେ ୧୬ ବର୍ଷ

ନୟାଗଡ଼,୪।୯(ଲୋକନାଥ ମିଶ୍ର):ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅପାର ସେପରି ନୀତି ଖଞ୍ଜ(ବ୍ୟବସ୍ଥା) ମଧ୍ୟ ନିଆରା। ଶ୍ରୀଜୀଉଙ୍କ ସେବାରେ ବହୁ ଭକ୍ତ ନିଜକୁ ସମର୍ପି ଅପାର...

ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି…

ନୟାଗଡ଼,୨୫ା୮(ଲୋକନାତ ମିଶ୍ର): ରବିବାର ନୟାଗଡ଼ ଜିଲାର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ମୁଖ୍ୟ ଜେଲ୍‌ ସମେତ ଜିଲାର ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ସବ୍‌ଜେଲ୍‌ରେ...

ବିଲୁପ୍ତିର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ ପାହାଡ଼

ଖଣ୍ଡପଡ଼ା,୧୨ା୮(ଅଜୟ କୁମାର ମହାରଣା): ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚତ୍ଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି,...

ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri