ମୁମ୍ବାଇ,୨୪।୬: ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୁମ୍ବାଇର ଆଇନଜୀବି ଅଟଳ ବିହାରି ଦୁବେ ରାହୁଲଙ୍କ ନାଁରେ ଏକ ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସରେ ସେନାର ଡଗ୍ ସ୍କାର୍ଡ ଯୋଗ କରିବାକୁ ନେଇ ରାହୁଲ ଯେଉଁ ଟୁଇଟ୍ କରିଥିଲେ ତାକୁ ବିରୋଧ କରି ଉକ୍ତ ଆଇନଜୀବି ରାହୁଲଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଆଇପିସି ଧାରା ୫୦୫ରେ ଆଜାଦ ମଇଦାନ ପୋଲିସ ଷ୍ଟେଶନରେ ସେ ଏକ ଏଫ୍ଆଇଅର୍ ଦାଖଲ କରିଛନ୍ତି।