Posted inଖେଳ

ରାହୁଲ, ଧୋନୀଙ୍କ ଶତକ: ବିଜୟ ସହ ଭାରତ ଓ୍ବାର୍ମଅପ୍‌

କାର୍ଡିଫ, ୨୯।୫- ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଶତକ ପରେ ବୋଲରମାନଙ୍କ ଭଲ ପ୍ରଦର୍ଶନ ବଳରେ ଭାରତ ୯୫ ରନରେ ବାଂଲାଦେଶକୁ ହରାଇ ବିଶ୍ୱକପ ପାଇଁ ଓ୍ବାର୍ମଅପ୍‌ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ଭାରତ ପକ୍ଷରୁ ଧାର୍ଯ୍ୟ ୩୬୦ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଶୀଘ୍ର ଦୁଇ ଓପନର ଶିଖର ଧାଓ୍ବନ(୧) ଓ ରୋହିତ ଶର୍ମା(୧୯)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ବିରାଟ କୋହଲିଙ୍କ ୪୭(୪୬ ବଲ, ୫ ଚୌକା), ଲୋକେଶ ରାହୁଲଙ୍କ ୧୦୮(୯୯ ବଲ, ୧୨ ଚୌକା, ୪ ଛକା) ଓ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ରୁତ ୧୧୩(୭୮ ବଲ, ୮ ଚୌକା, ୭ ଛକା) ରନ ବଳରେ ୭ ଉଇକେଟ ହରାଇ ୩୫୯ ରନର ବିଶାଳ ସ୍କୋର କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍‌ରୁ ୨୧(୨ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଡେଜା ୪ ବଲ୍‌ରୁ ୧୧(୧ ଚୌକା, ୧ ଛକା) ରନ କରିଥିଲେ। ବାଂଲାଦେଶ ବୋଲରଙ୍କ ମଧ୍ୟରେ ରୁବେଲ ହୁସେନ ଓ ଶାକିବ ଅଲ୍‌ ହାସନ ୨ଟି ଲେଖାଏ ଏବଂ ମୁସ୍ତାଫିଜୁର ରହମାନ, ମହମ୍ମଦ ସୈଫୁଦ୍ଦିନ ଓ ସବିର ରହମନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ମୁଶ୍‌ଫିକର ରହିମଙ୍କ ୯୦(୯୪ ବଲ, ୮ ଚୌକା, ୨ ଛକା), ଲିଟନ ଦାସଙ୍କ ୭୩(୯୦ ବଲ, ୧୦ ଚୌକା) ରନ ସତ୍ତ୍ୱେ ଦଳ ପୁରା ୫୦ ଓଭର ଖେଳି ନ ପାରି ୨୬୪ ରନରେ ସୀମିତ ରହିଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୩୫୯/୭(ଧୋନୀ-୧୧୩, ରାହୁଲ-୧୦୮, କୋହଲି-୪୭, ରୁବେଲ-୨/୬୨, ଶାକିବ-୨/୫୮)। ବାଂଲାଦେଶ ୪୯.୩ ଓଭରରେ ୨୬୪/ ଅଲଆଉଟ (ମୁଶ୍‌ଫିକର-୯୦, ଲିଟନ-୭୩, କୁଲଦୀପ-୩/୪୭, ଚହଲ-୩/୫୫, ବୁମ୍‌ରା-୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri