ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ହୋଇ ପଡିରହିଥିବା ଶସ୍ତା ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦ ହଜାର କୋଟି ଟଙ୍କାର ଏକ ଷ୍ଟ୍ରେସ୍‌ଡ ଆସେଟ ଫଣ୍ଡ ବା ସ୍ପେଶିଆଲ ଓ୍ବିଣ୍ଡୋ ଗଠନ କରାଯିବ ବୋଲି ସୀତାରାମନ୍‌ କହିଛନ୍ତି। ଏଥିସହିତ ରପ୍ତାନି ବୃଦ୍ଧି ଲାଗି ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।
ଶନିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ସୀତାରାମନ୍‌ କହିଛନ୍ତି ଯେ, ଘର କ୍ରେତା, ରପ୍ତାନି ଓ ଟିକସଦାତାଙ୍କ ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ଫୋକସ୍‌ ରହିଛି। ସେ କହିଛନ୍ତି ଯେ, ଆଫୋର୍ଡେବଲ୍‌ ହାଉସିଂ ବା ଶସ୍ତା ଘର ନିର୍ମାଣ ପ୍ରକଳ୍ପ ପାଇଁ ଗଠିତ ସ୍ପେଶାଲ ଓ୍ବିଣ୍ଡୋ ଫଣ୍ଡରେ ସରକାର ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଅବଶିଷ୍ଟ ସମ ପରିମାଣ(୧୦ ହଜାର କୋଟି ଟଙ୍କା) ଅର୍ଥ ଏଲ୍‌ଆଇସି, କେତେକ ଅନ୍ୟ ଆର୍ଥିକ ସଂସ୍ଥା, ବ୍ୟାଙ୍କ ଓ ସଭରେନ୍‌ ଫଣ୍ଡ ପକ୍ଷରୁ ଦିଆଯିବ।
ରପ୍ତାନିକୁ ପ୍ରୋତ୍ସାହିତ କରିବାକୁ ଯାଇ ସୀତାରାମନ୍‌ ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୦ ଜାନୁୟାରୀ ପହିଲାରୁ ମର୍ଚ୍ଚାଣ୍ଡାଇଜ୍‌ ଏକ୍ସପୋର୍ଟ ଫ୍ରମ୍‌ ଇଣ୍ଡିଆନ ସ୍କିମ୍‌(ଏମ୍‌ଇଆଇଏସ) ସ୍ଥାନରେ ନୂଆ ସ୍କିମ୍‌ ରେମିଶନ ଅଫ୍‌ ଡ୍ୟୁଟିଜ୍‌ ଅର୍‌ ଟ୍ୟାକ୍ସେସ ଅନ୍‌ ଏକ୍ସପୋର୍ଟ ପ୍ରଡକ୍ଟ(ଆର୍‌ଓ ଡିଟିଇପି) ପ୍ରଚଳନ କରାଯିବ। ଏହି ନୂଆ ସ୍କିମ୍‌ ଅଧୀନରେ ସରକାରଙ୍କ ଉପରେ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ସେହିପରି ରପ୍ତାନି ଉପରେ ଖୁବଶୀଘ୍ର ଇ-ରିଫଣ୍ଡ ଲାଗୁ କରାଯିବ। ରପ୍ତାନିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାରୀ ସ୍ତରରେ ମାର୍ଚ୍ଚ ୨୦୨୦ରୁ ବାର୍ଷିକ ୪ ମେଗା ସପିଙ୍ଗ୍‌ ଫେଷ୍ଟିଭାଲ ଆୟୋଜନ କରାଯିବ। ସୀତାରାମନ୍‌ ଆହୁରି କହିଛନ୍ତି ଯେ, ଚଳିତବର୍ଷ ଡିସେମ୍ବରରୁ ଦେଶର ସମସ୍ତ ବନ୍ଦରରେ ମାନୁଆଲ କ୍ଲିୟରାନ୍ସକୁ ବନ୍ଦ କରିଦିଆଯିବ। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଅଗଷ୍ଟରେ ଏହା ୩.୨୧% ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ମୁଦ୍ରାସ୍ଫୀତି ହାର ୪% ରଖିବାର ଲକ୍ଷ୍ୟ ରଖିଛନ୍ତି। ଔଦ୍ୟୋଗିକ ଉତ୍ପାଦନ ଏବଂ ନିବେଶରେ ସୁଧାର ହେଉଥିବାର ସଙ୍କେତ ସ୍ପଷ୍ଟ ଦେଖାଯାଉଛି। ବ୍ୟାଙ୍କଗୁଡ଼ିକ ପକ୍ଷରୁ ନଗଦ ପ୍ରବାହ ବଢ଼ାଇବାର ବ୍ୟବସ୍ଥା କରାଯାଉଛି। ରେପୋ ରେଟ୍‌ ହ୍ରାସର ଫାଇଦା ବ୍ୟାଙ୍କଗୁଡ଼ିକ ଦେବାକୁ ଆରମ୍ଭ କରିଛନ୍ତି। ଏହାର ସମୀକ୍ଷା ଲାଗି ସେ ଆସନ୍ତା ୧୯ରେ ବ୍ୟାଙ୍କ ପ୍ରମୁଖମାନଙ୍କ ସହ ବୈଠକରେ ବସିବେ। ସୂଚନାଥାଉ କି, ଅର୍ଥମନ୍ତ୍ରୀ ଅଗଷ୍ଟ ୩୦ରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ସୁଧାର ଆଣି ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ୍‌ ବ୍ୟାଙ୍କ ଗଠନ କରିବା ସଂକ୍ରାନ୍ତରେ ଘୋଷଣା କରିଥିଲେ। ଏହାପୂର୍ବରୁ ସେ ଅଗଷ୍ଟ ୨୩ରେ ବିଦେଶୀ ନିବେଶକଙ୍କ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଥିଲେ ଏବଂ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ୭୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହାଛଡ଼ା ଅଟୋ ଶିଳ୍ପରେ ଅଭିବୃଦ୍ଧି ହାସଲ ଲାଗି ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଇଞ୍ଜିନଯୁକ୍ତ ଗାଡ଼ି ରେଜିଷ୍ଟ୍ରେଶନକୁ ଅନୁମତି ଦେଇଥିଲେ। ଏତଦ୍‌ବ୍ୟତୀତ ଓ୍ବାନ୍‌ ଟାଇମ୍‌ ରେଜିଷ୍ଟ୍ରେଶନ ଫିସ୍‌ ଦାଖଲ ନିୟମକୁ କୋହଳ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୀତାରାମନ୍‌ କହିଛନ୍ତି ଯେ, ଟିକସଦାତାଙ୍କ ଉପରେ ସରକାରଙ୍କ ଧ୍ୟାନ ରହିଛି। ଆୟକରରେ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ଆରମ୍ଭ ହେବ। ଏଥିଲାଗି ବିଜ୍ଞପ୍ତି ଜାରି ହୋଇଛି। ସାମାନ୍ୟ ତ୍ରୁଟି ପାଇଁ କ୍ଷୁଦ୍ର ଟିକସଦାତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ୨୫ ଲକ୍ଷ ଟଙ୍କାରୁ କମ୍‌ ଟିକସ ବିବାଦ ଉପରେ କଲେଜିୟମ ମଞ୍ଜୁରୀ ନେବା ଜରୁରୀ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri