ଭୁବନେଶ୍ୱର,୧୧।୪: ଫ୍ରିଡମ ବ୍ରାଣ୍ଡର ମୂଳ କମ୍ପାନୀ ଜେମିନି ଏଡିବଲସ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କୋଭିଡ୍-୧୯ ଲଢ଼େଇରେ ସରକାରଙ୍କ ସହ ଯୋଗଦାନ ଅନ୍ତର୍ଗତ କମ୍ପାନୀ ଏଭଳି ସହାୟତା ଯୋଗାଇ ଦେଇଥିବା କହିଛି। କମ୍ପାନୀ ମୋଟ ୨.୫ କୋଟି ଟଙ୍କା କୋଭିଡ୍ ଲାଗି ପ୍ରଦାନ କରିଛି। ଏହା ମଧ୍ୟରେ ପିଏମ୍ କେୟାର୍ସ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଏହାବାଦ ଓଡ଼ିଶା ସମେତ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ ତାମିଲାନାଡୁ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି ବୋଲି କମ୍ପାନୀର ଏମ୍ଡି ପ୍ରଦୀପ ଚୌଧରୀ ସୂଚନା ଦେଇଛନ୍ତି।