ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ

ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର ବିଣେଷଜ୍ଞ ମାନେ କୁହନ୍ତି। ଏହି କ୍ରମରେ ଯଦି ରିୟଲ ଇଷ୍ଟେଟ କଥା ବିଚାରକୁ ନିଆଯାଏ ତେବେ ଉକ୍ତ କ୍ଷେତ୍ରରେ ନଗଦ କାରବାର ମୋଟାମୋଟି ଭାବେ କମି ନ ଥିବା ଜଣାପଡିଛି। ୨୦୧୬ ପରେ ମେଟ୍ରୋ ସହରଗୁଡିକରେ ରିୟଲ ଇଷ୍ଟେଟ ନଗଦ ନେଣଦେଣ କମିଥିବା ଦେଖାଯାଇଛି। ମାତ୍ର ଦେଶର ଛୋଟ ସହର ଏବଂ ଅହମ୍ମଦାବାଦ ଏବଂ ଇନ୍ଦୋର ଭଳି ବଡ ବଡ ସହରଗୁଡିକରେ ଏହି କ୍ଷେତ୍ରରେ ନଗଦ କାରବାର ପୂର୍ବବତ ରହିଛି। ସମ୍ପତ୍ତି କିମ୍ବା ଜମି କିଣାବିକା କ୍ଷେତ୍ରରେ ଡେଭଲପରମାନେ ଗ୍ରାହକଙ୍କୁ ନଗଦରେ ପେମେଣ୍ଟ କରିବାକୁ କହୁଛନ୍ତି। ନଗଦରରେ ଦେବାକୁ କିଛି କ୍ଷେତ୍ରରେ ଲୋକଙ୍କୁ ବାଧ୍ୟ କରାଯାଉଛି। ଏହା ନ ହେଲେ ଅନ୍ୟ ସୋର୍ସରୁ ଟଙ୍କା ବ୍ୟବସ୍ଥା କରାଇବାକୁ କିଛି କ୍ଷେତ୍ରରେ କୁହାଯାଉଛି। ଅପରପକ୍ଷରେ ମେଟ୍ରୋରେ ପ୍ରମୁଖ ରିୟଲ ଇଷ୍ଟେଟ ଡେଭଲପରମାନେ ଚେକ୍‌ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି।
ଅହମ୍ମଦାବାଦ, ଚଣ୍ଡିଗଡ, ଜୟପୁର, ନଏଡା, ଔରଙ୍ଗାବାଦ, କୋଚି ଏବଂ ଇନ୍ଦୋର ଭଳି ସହରଗୁଡିକରେ ସମ୍ପତ୍ତି କିଣାବିକା ଲାଗି କ୍ୟାଶ ବ୍ୟବହାର ପୂର୍ବଭଳି ରହିଛି। ବଡ ବଡ ସହରଗୁଡିକ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ନଜରରେ ରହୁଥିବାରୁ ଏହି ସହରଗୁଡିକରେ ନଗଦ କାରବାର ଉପରେ ବିଲଡର ଆଉ ଦୃଷ୍ଟି ଦେଉ ନାହାନ୍ତି। ମାତ୍ର ଅନ୍ୟ ସହରଗୁଡିକରେ ଏହା ପୂର୍ବ ଭଳି ରହିଛି। କମ୍ୟୁନିଟି ପ୍ଳାଟଫର୍ମ ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ମୁତାବକ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିୟଲ ଇଷ୍ଟେଟରେ କ୍ୟାଶ ପୂର୍ବବତ ବ୍ୟବହାର ହେଉଥିବା ଅଧ୍ୟୟନରେ ଭାଗ ନେଇଥିବା ଅଧିକାଂଶ ଲୋକ ମତ ରଖିଛନ୍ତି। ମତାମତ ଦେଇଥିବା ମୋଟ ଲୋକଙ୍କ ମଧ୍ୟରେ ଟାୟାର ୧ ସହରର ୪୨%, ଟାୟାର ୨ର ୨୮% ଏବଂ ଟାୟାର ୩ ସହରର ୩୦% ରହିଛନ୍ତି। ଏଥିରେ ୨୨୦ ଜିଲାର ୫୦ ହଜାର ଲୋକଙ୍କ ମତ ନିଆଯାଇଥିଲା। ମୋଟ ଲୋକଙ୍କ ମଧ୍ୟରୁ ୫୭% କହିଛନ୍ତି ଯେ, ୨୫ରୁ ୫୦% ଅର୍ଥ ସେମାନେ କ୍ୟାଶରେ ଦେଇଛନ୍ତି।
ବଳକାକୁ ଇ-ପେମେଣ୍ଟ କିମ୍ବା ଚେକ୍‌ ଯୋଗେ ଦେଇଛନ୍ତି। ସମ୍ପୂର୍ଣ୍ଣ ଅର୍ଥକୁ ଇ-ପେମେଣ୍ଟ ଏବଂ ଚେକ୍‌ ଦ୍ୱାରା ଦେଇଥିବା ପ୍ରାୟ ୩୩% କହିଛନ୍ତି। ମୋଟ ଅର୍ଥ ମଧ୍ୟରୁ ଏକ ଚତୁର୍ଥାଶଂ କ୍ୟାଶ ଏବଂ ବଳକା ନଗଦ କିମ୍ବା ଚେକ୍‌ ଯୋଗେ ଦେଇଛନ୍ତି। ଜମି କିଣାବିକା କ୍ଷେତ୍ରରେ କୃଷକ କିମ୍ବା ଅଣସଙ୍ଗଠିତ କ୍ଷେତ୍ରର ହୋଇଥିଲେ କ୍ୟାଶ ବ୍ୟବହାରକୁ ଅଧିକ ସୁବିଧା ଭାବେ ନେଉଛନ୍ତି। ଜମି କିଣାବିକାରେ ଟିକସ ଲୁଚାଇବା ପାଇଁ ମଧ୍ୟ ନଗଦ ବ୍ୟବହାର ହେଉଛି। ଏଭଳି କ୍ଷେତ୍ରରେ ଟିକସ କମିଲେ ଅନୁପାଳନ,ରାଜସ୍ବ ବୃଦ୍ଧି ଏବଂ ନଗଦ ବ୍ୟବହାର କମାଇବ ବୋଲି କନଫେଡେରେଶନ ଅଫ୍‌ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (କ୍ରେଡାଇ) ଜାତୀୟ ଅଧ୍ୟକ୍ଷ ଜାକ୍ସେ ଶାହ କହିଛନ୍ତି। କେତେକ କ୍ଷେତ୍ରରେ ସର୍କଲ ରେଟ, ବଜାର ରେଟ ଏବଂ ଉଚ୍ଚ ହାରର ଷ୍ଟାମ୍ପ ଡ୍ୟୁଟି ରେଟ୍‌ ରହିଥିବାରୁ ନଗଦରେ କାରବାରକୁ ଲୋକ ଉଚିତ ମଣୁଛନ୍ତି। ସର୍କଲ ରେଟ ଠାରୁ ବଜାର ରେଟ୍‌ ଅଧିକ ରହିଲେ ଏହା ନଗଦରେ ନେଣଦେଣ କ୍ରେତା ଏବଂ ବିକ୍ରେତାଙ୍କ ଲାଗି ସୁବିଧା ହେଉଥିବା ଜଣେ ରିୟଲ ଇଷ୍ଟେଟ ଏଜେଣ୍ଟ କହିଛନ୍ତି। ଅନ୍ୟ କିଛି କ୍ଷେତ୍ରରେ ଅଧିକ ଷ୍ଟାମ୍ପ ଡ୍ୟୁଟି ଯୋଗୁ ଲୋକମାନେ ଜାଣିଶୁଣି କ୍ୟାଶ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri