Posted inଖେଳ

ରେକର୍ଡ ଅପେକ୍ଷାରେ

୩ଟି ଫର୍ମାଟରେ ୧୦୦ ଲେଖାଏ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଏକ ବିରଳ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସେ ଏହି ମାଇଲଖୁଣ୍ଟ ସ୍ଥାପନ କରିବେ…

ନ୍ୟୁଜିଲାଣ୍ଡର ସଙ୍କଟମୋଚକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ଏବେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଶୁକ୍ରବାର ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସେ ଇତିହାସ ସୃଷ୍ଟି କରିବେ। ଏହି ମ୍ୟାଚ୍‌ ଖେଳି ସେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। କେବଳ ସେତିକି ନୁହେଁ ୩୫ ବର୍ଷୀୟ ଟେଲର ବିଶ୍ୱର ପ୍ରଥମ କ୍ରିକେଟର ଭାବେ ୩ଟି ଯାକ ଫର୍ମାଟରେ ୧୦୦ଟି ଲେଖାଏ ମ୍ୟାଚ୍‌ ଖେଳି ବିରଳ ସଫଳତା ଅର୍ଜନ କରିବେ। ପୂର୍ବରୁ ଟେଲର ୯୯ଟି ଟେଷ୍ଟ ୨୩୧ଟି ଦିନିକିଆ ଓ ୧୦୦ଟି ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।
ଟେଲର ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଟେଷ୍ଟ ଖେଳିଥିଲେ। ଇତି ମଧ୍ୟରେ ୧୪ ବର୍ଷ ବିତିଯିବା ପରେ ସେ ନିଜକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପ୍ରମାଣିତ କରିଛନ୍ତି। ୨୦୦୫ରେ ଟି୨୦ ଓ ୨୦୦୬ରେ ସେ ଦିନିକିଆରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ସିରିଜ ଖେଳିବା ପରେ ତାଙ୍କୁ ବାଂଲାଦେଶ ବିପକ୍ଷରେ ଦଳରେ ସ୍ଥାନ ମିଳି ନ ଥିଲା। କିନ୍ତୁ ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିଥିଲା ଓ ଏଥିରେ ସେ ଶତକ ହାସଲ କରିଥିଲେ। ଏହାପରେ ଅବଶ୍ୟ ସେ ପଛକୁ ଫେରି ଚାହିଁ ନ ଥିଲେ।
ଟେଲର ୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୬.୨୮ ରନ ହାରରେ ୭୧୭୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୯ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ସେ ୨୩୧ଟି ଦିନିକିଆ ଖେଳି ୪୮. ୬୯ ରନ ହାରରେ ସେ ୮, ୫୭୦ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ସେ ୨୧ଟି ଶତକ ଓ ୫୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଟି୨୦ ଫର୍ମାଟରେ ସେ ୧୦୦ଟି ମ୍ୟାଚ୍‌ ଖେଳି ୨୬.୫୧ ରନ ହାରରେ ୧,୯୦୯ ରନ ସଂଗ୍ରହ କରିଛନ୍ତି। ଏଥିରେ ୭ଟି ଅର୍ଦ୍ଧଶତକ ସାମିଲ ରହିଛି।
ଏ ନେଇ ଟେଲର ଖୁସି ଜାହିର କରିଛନ୍ତି। ଆହୁରି କିଛି ବର୍ଷ କ୍ରିକେଟ ଖେଳିବା ଜାରି ରଖିବି। ୨୦୧୯ ବିଶ୍ୱକପ୍‌ ପରେ ଟେଲର ଅବସର ନେବା କଥା ଚିନ୍ତା କରିଥିଲେ। ତେବେ ପରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ଅତିକମ୍‌ରେ ୨୦୨୩ ବିଶ୍ୱକପ ଖେଳିବାକୁ ସେ ଇଚ୍ଛା ଜାହିର କରିଛନ୍ତି। ଏବେ ମଧ୍ୟ ରନ ସଂଗ୍ରହ କରିବାକୁ ବ୍ୟଗ୍ର ଅଛି। କ୍ରିକେଟ ଖେଳିବାକୁ ଭଲ ପାଏ। କ୍ରିକେଟ ହେଉଛି ମୋର ପ୍ରଥମ ପ୍ରେମ। ଏହା ମୋ ପାଇଁ ଏକ ଚାକିରି ନୁହେଁ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସେ ନ୍ୟୁଜିଲାଣ୍ଡର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି।
ବର୍ଷର କ୍ୟାରିୟରରେ ଟେଲର ଏକାଧିକ ବିଫଳତା ତଥା ଚ୍ୟାଲେଞ୍ଜର ଶିକାର ହୋଇଛନ୍ତି। ୨୦୧୨ରେ ନେତୃତ୍ୱରୁ ତାଙ୍କୁ ହଟାଯାଇଥିଲା। କେବଳ ସେତିକି ନୁହଁ ଗତ କ୍ରମାଗତ ଦୁଇଟି ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇ ଟାଇଟଲରୁ ବଞ୍ଚିତ ହେବା ମଧ୍ୟ ତାଙ୍କୁ କଷ୍ଟ ଦେଇଥିଲା। ତେବେ ଏଭଳି ବିଫଳତା ତାଙ୍କୁ ଆହୁରି ଦୃଢ଼ କରିଛି ବୋଲି ଟେଲର କୁହନ୍ତି। ସଫଳତା ସବୁ ବେଳେ ମିଳେନାହିଁ।ଏହା ସ୍ବୀକାର କରିବାକୁ ହେବ। ତେବେ ବିଫଳତାରୁ ଶିକ୍ଷା କରିବାକୁ ହୁଏ ଓ ଜଣେ ଉଚ୍ଚକୋଟୀର ଖେଳାଳି ହେବା ପାଇଁ ପ୍ରେରଣା ମିଳିଥାଏ ବୋଲି ସେ କୁହନ୍ତି। ଜଣେ କ୍ୱାଲିଟି ବ୍ୟାଟ୍ସମ୍ୟାନ ଭାବେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟେଲର ଯଦି ଫର୍ମ ଓ ଫିଟ୍‌ନେସ ବଜାୟ ରଖନ୍ତି ତା’ହେଲେ ସେ ଆହୁରି କିଛି ବର୍ଷ କ୍ରିକେଟରେ ସକ୍ରିୟ ରହିପାରିବେ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri