ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ ଶନିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଏହି ମାଲିସ ସୁବିଧା ଇନ୍ଦୋରରୁ ଚାଲୁଥିବା ୩୯ ଯୋଡା ଟ୍ରେନରେ ଉପଲବ୍ଧ ହେବ। ଓ୍ବେଷ୍ଟର୍ନ ଜୋନ୍‌ର ରତଲାମ ଡିଭିଜନ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା ବୋଲି ସେ କହିଛନ୍ତି।
ରେଲଓ୍ବେ ବୋର୍ଡର ମିଡିଆ ଏବଂ ସଞ୍ଚାର ନିର୍ଦ୍ଦେଶକ ରାଜେଶ ବାଜପେୟୀଙ୍କ କହିବାନୁଯାୟୀ, ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରେ ଏଭଳି ସୁବିଧା ଉପଲବ୍ଧ କରାଯିବା ଦ୍ୱାରା ରେଲଓ୍ବେର ରାଜସ୍ବ ଆଦାୟ ବଢ଼ିବା ସହିତ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ବାର୍ଷିକ ୨୦ ଲକ୍ଷ ଟଙ୍କାର ଅତିରିକ୍ତ ରାଜସ୍ବ ଆୟ ହେବ। ଏକ ଅନୁମାନ ଅନୁଯାୟୀ, ଏଥିପାଇଁ ୨୦ ହଜାର ପାସେଞ୍ଜର ସର୍ଭିସ ପ୍ରୋଭାଇଡରଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କୁ ଟିକେଟ ବିକ୍ରି ବାବଦରେ ପ୍ରାୟ ୯୦ ଲକ୍ଷ ଟଙ୍କାର ଅତିରିକ୍ତ ଟିକେଟ ବିକ୍ରି ହେବ। ମସାଜ ବାବଦରେ ଯାତ୍ରୀଙ୍କ ଠାରୁ ସର୍ବନିମ୍ନ ୧୦୦ ଏବଂ ସର୍ବାଧିକ ୩୦୦ ଟଙ୍କା ଆଦାୟ କରାଯିବ। ପାସେଞ୍ଜର ସର୍ଭିସ ପ୍ରୋଭାଇଡରଙ୍କ ସହ ଏନେଇ ଚୁକ୍ତି ସ୍ବାକ୍ଷର ହୋଇସାରିଛି। ସକାଳ ୬ଟାରୁ ରାତି ୧୦ ଟା ଯାଏ ଟ୍ରେନରେ ଏହି ମସାଜ ସୁବିଧା ଉପଲବ୍‌ଧ ହେବ। ପାଇଲଟ ଭିତ୍ତିରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ପ୍ରତି ଟ୍ରେନରେ ୩ରୁ ୫ ଜଣ ମସାଜକର୍ମୀ ଉପଲବ୍ଧ ହେବେ। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଆଇ-କାର୍ଡ ଦିଆଯିବ। ଆସନ୍ତା ୧୫ରୁ ୨୦ ଦିନ ଭିତରେ ଏହି ସୁବିଧା ଆରମ୍ଭ ହୋଇଯିବ। ଇନ୍ଦୋରରୁ ଚାଲୁଥିବା ୩୯ ଟ୍ରେନ ସହିତ ଡେରାଡୁନ-ଇନ୍ଦୋର ଏକ୍ସପ୍ରେସ(୧୪୩୧୭) ଏବଂ ନୂଆଦିଲ୍ଲୀ-ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସ(୧୨୪୧୬) ଏବଂ ଇନ୍ଦୋର-ଅମୃତସର ଏକ୍ସପ୍ରେସ(୧୯୩୨୫)ରେ ମଧ୍ୟ ଏହି ସୁବିଧା ମିଳିବ। ବାଜପେୟୀ କହିଛନ୍ତି ଯେ, ରେଲଓ୍ବେ ପକ୍ଷରୁ ମାଲିସର ୩ଟି ସ୍କିମ୍‌- ଗୋଲ୍ଡ, ଡାଏମଣ୍ଡ ଏବଂ ପ୍ଲାଟିନମ୍‌ ଲଞ୍ଚ ହେବ। ଗୋଲ୍ଡ ସ୍କିମ୍‌ରେ ମାଲିସ କରିବା ଲାଗି ନନ୍‌ ଷ୍ଟିକି ତେଲ ବ୍ୟବହାର କରାଯିବ। ତେବେ ୨୦୦ ଓ ୩୦୦ ଟଙ୍କିଆ ଡାଏମଣ୍ଡ ଏବଂ ପ୍ଲାଟିନମ୍‌ ସ୍କିମ୍‌ରେ ଆର୍‌ଗନ ତେଲ, କ୍ରିମ୍‌ ଓ ଓ୍ବାଇପ୍ସ ବ୍ୟବହାର କରାଯିବ। ଏହି ସୁବିଧା ହାସଲ କରୁଥିବା ଯାତ୍ରୀଙ୍କୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ମାଲିସ କରାଯିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଭାରତୀୟ ରେଲଓ୍ବେ ଅଣ ଭଡ଼ା ସୂତ୍ରରୁ ଆସନ୍ତା ୧୦ ବର୍ଷରେ ୩୯ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ କର୍ପୋରେଟ ଜଗତରୁ ସେଭଳି ପ୍ରତିକ୍ରିୟା ନ ମିଳିବା କାରଣରୁ ଯୋଜନା ଅସଫଳ ହୋଇଥିଲା। ଅଧିକ ରାଜସ୍ବ ବୃଦ୍ଧି ଲାଗି ସଂସଦୀୟ କମିଟି ପକ୍ଷରୁ ରେଲଓ୍ବେକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ବିଭିନ୍ନ ଜୋନ୍‌ ନିଜ ଅଞ୍ଚଳରେ ରାଜସ୍ବ ବୃଦ୍ଧି ନେଇ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri