ଛେଣ୍ଡିପଦା,୨୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁକୁଗ୍ରାମ ରେଳଧାରଣାରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ କୁଣ୍ଢେଇଗୁଳା ଥାନା ସୁରୁଙ୍ଗିପାଳ ଗାଁର ଟୁଲୁ ମାହାର ବୋଲି ଜଣାପଡିଛି ।
ପ୍ରକାଶ ଯେ, ଟୁଲୁ ଦୀର୍ଘ ୮ ବର୍ଷ ହେବ ତୁକୁଗ୍ରାମ ମାହାରସାହିରେ ଘରଜ୍ୱାଇଁ ଭାବେ ରହୁଥିଲେ। ପାରିବାରିକ କଳହକୁ ନେଇ ଟୁଲୁ ଅନୁଗୋଳ-ସମ୍ବଲପୁର ରେଲ ଲାଇନର ତୁକୁଡା ଲେଭଲ କ୍ରସିଂର ୨୦୦ ମିଟର ଦୂରରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ଲାଗି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।