ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ ମାଧ୍ୟମ କରିଦେଇଛନ୍ତି। ଗୁରୁବାର ମୁମ୍ବାଇରୁ ହାଓଡ଼ାକୁ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ(ନଂ.୧୨୧୦୨)ରୁ ୧୨.୯ କେଜି ସୁନା ଧରାପଡ଼ିଛି। ସୁଟ୍‌କେସ୍‌ ଭିତରେ ୧୧୦ଖଣ୍ଡ ସୁନା ବିସ୍କୁଟ ଆକାରରେ ରଖାଯାଇ ଚାଲାଣ କରାଯାଉଥିଲା। ଝାରସୁଗୁଡା ଓ ରାଜଗାଙ୍ଗପୁର ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ କେନ୍ଦ୍ରୀୟ ଅବକାରୀ ବିଭାଗ, ରାଜସ୍ବ ଗୋଇନ୍ଦା ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଚଢାଉ କରି ଏହି ବଡ଼ ଧରଣର ସୁନା ଚୋରା ଚାଲାଣକୁ ଧରିଛି। ଜବତ ସୁନାର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ରାଜସ୍ବ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଏମାନଙ୍କ ଘର ମୁମ୍ବାଇରେ ବୋଲି ଜଣାପଡିଛି। ତେବେ ସୁନା କେଉଁଠୁ ଆଣିଲେ ଓ କାହା ପାଖକୁ ନେଉଥିଲେ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଜବତ ସୁନାର ମାନ ଯାଞ୍ଚ ସହ ଦୁଇ ଯାତ୍ରୀଙ୍କ ଅସଲ ପରିଚୟ ଓ ସୁନା ଚୋରାଚାଲାଣ ର଼୍ୟାକେଟ ଠାବ ପାଇଁ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଦୁଇ ଯାତ୍ରୀ ମୁମ୍ବାଇରୁ ହାଓଡା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରେ ଚଢିଥିଲେ। ଏକ ଏସି ବଗି ବୁକ୍‌ କରି ସେଥିରେ ଯାଉଥିଲେ। ସୁନା ବିସ୍କୁଟକୁ ଏକ ସୁଟ୍‌କେସ୍‌ ଭିତରେ ପୂରାଇ ନେଉଥିଲେ। ଏନେଇ କେନ୍ଦ୍ରୀୟ ଅବକାରୀ ବିଭାଗ ଓ ରାଜସ୍ବ ଗୋଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚତ୍ଥିଲା। ଦୁଇ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ(ଆରପିଏଫ୍‌)କୁ ଅବଗତ କରାଯିବା ସହ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ୩ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ମିଳିତ ଟିମ୍‌ ରାଜଗାଙ୍ଗପୁର ଓ ଝାରସୁଗୁଡା ଷ୍ଟେଶନ ମଝିରେ ଉକ୍ତ ଟ୍ରେନରେ ଚଢି ଯାଞ୍ଚ ଆରମ୍ଭ କରିଥିଲେ। ଦୁଇ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଏକ ସୁଟ୍‌କେସ୍‌ରୁ ବିପୁଳ ସୁନା ମିଳିଥିଲା। ଧରାପଡ଼ିଥିବା ଉକ୍ତ ଦୁଇ ଯାତ୍ରୀ କେବଳ ସୁନା ଚାଲାଣକାରୀ ବୋଲି ଜଣାପଡିଛି। ଏମାନେ ବିମାନ ଯୋଗେ ମୁମ୍ବାଇରେ ଓହ୍ଲାଇବା ପରେ ଟ୍ରେନ୍‌ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ଏହି ସୁନା ସ୍ମଗ୍‌ଲିଂ ପଛରେ ମାଷ୍ଟର କିଏ ତାହା ଜଣାପଡିନାହିଁ। ମାଷ୍ଟରମାଇଣ୍ଡ ଦେଶ ବାହାରର ହୋଇଥିବା ମିଳିତ ଟିମ୍‌ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: କୁଳପତିଙ୍କ ସହ ଆଲୋଚନା କଲେ ଏମ୍‌ପି

କେନ୍ଦୁଝର,୧୦।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ...

ରବିଋତୁ ଫସଲ ପାଇଁ କୃଷକ ପାଇବେ ୯ ହଜାର କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୦ା୧୧: ରାଜ୍ୟରେ ଚଳିତ ୨୦୨୪-୨୫ ରବିଋତୁ ପାଇଁ ୯ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ...

ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଭୁବନେଶ୍ୱରଠାରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ରବିବାର ଶ୍ରୀ ଅନ୍ନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ମିଲେଟ(କ୍ଷୁଦ୍ର ଶସ୍ୟ) କଭରେଜ, ମିଲେଟ(କ୍ଷୁଦ୍ର)...

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର...

Featured Video Play Icon

ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ ଗବେଷଣା

ଭୁବନେଶ୍ୱର,୧୦।୧୧: ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ...

କଟକ ଗଣବଳାତ୍କାର: ଆଉ ଜଣଙ୍କ ରହିଛି ସମ୍ପୃକ୍ତି

କଟକ,୧୦।୧୧: କଟକ ଗଣବଳାତ୍କାର ଆଉ ଜଣଙ୍କ ସମ୍ପୃକ୍ତି ଥିବା ଡିସିପି ସୂଚନା ଦେଇଛନ୍ତି। ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଛନ୍ତି।ପୀଡ଼ିତା ପରିବାରକୁ ସମସ୍ତ...

ନନାଙ୍କ ପଞ୍ଚାୟତରେ ସୁରକ୍ଷିତ ନାହାନ୍ତି ମହିଳା: କାହିଁକି ଏମିତି କହିଲେ ଲେଖାଶ୍ରୀ

ଭୁବନେଶ୍ୱର,୧୦।୧୧: ବାଲେଶ୍ୱର ନୀଳଗିରି ଲଜ୍ଜାକୁ ନେଇ ବଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଉପରେ ବର୍ଷିଛନ୍ତି । ପ୍ରେସମିଟ୍‌ କରି ସେ ଭାଜପା ସରକାରଙ୍କୁ ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri