ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି। ଏପରି ଘଟଣା ଜଣାପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ଦି ନ୍ୟୁ ହରାଇଜନ ପକ୍ଷରୁ ବୁଧବାର ବର୍ଜ୍ୟବସ୍ତୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇ ତାଳଚେର ଥାନା ଜିମାରେ ଦିଆଯିବା ସହ ଏ ନେଇ ଏକ ଏତଲା ମଧ୍ୟ ଦିଆଯାଇଛି।
ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଟିଟିପିଏସ୍‌ ଡାକ୍ତରଖାନାରେ ଥିବା ଏକ ଆମ୍ବୁଲାନ୍ସ (ନଂ. ଓଡି ୩୫-୭୩୦୬)ରେ ବର୍ଜ୍ୟବସ୍ତୁ (ବ୍ୟବହୃତ ସିରିଞ୍ଜ, ତୁଳା, ସାଲାଇନ ବୋତଲ, ଗଜ) ପରିବହନ କରାଯାଉଥିଲା। ଏହା ଜଣାପଡ଼ିବା ପରେ ସଙ୍ଗଠନର ସଦସ୍ୟମାନେ ଥର୍ମାଲ ଆନନ୍ଦବଜାର ଠାରେ ଗାଡ଼ିକୁ ଅଟକାଇ ଥିଲେ। ଡୋର୍‌ ଖୋଲିବା ପରେ ଗାଡି ଭିତରେ ଡଷ୍ଟବିନରେ ବର୍ଜ୍ୟବସ୍ତୁ ଭର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ କଣିହାଁ ଡାକ୍ତରଖାନା ପରିସରରେ ଥିବା ୱେଷ୍ଟ ମ୍ୟାନେଜମେଣ୍ଟକୁ ନିଆଯାଉଥିବା ଆମ୍ବୁଲାନ୍ସ ଚାଳକ କହିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ମିଳୁ ନ ଥିବା ବେଳେ ଏଥିରେ ବର୍ଜ୍ୟବସ୍ତୁ ପରି ସଂକ୍ରମିତ ସାମଗ୍ରୀ ନିଆଯିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଏହାଦ୍ୱାରା ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ। ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏହା ଜାଣି ବି ଡାକ୍ତରଖାନା ପକ୍ଷରୁ ଏପରି କାର୍ଯ୍ୟ କରାଯାଇଥିବାରୁ ଗାଡ଼ିକୁ ଥାନା ଜିମା ଦିଆଯାଇଛି। ତୁରନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ପାଇବା ପରେ ତାଳଚେର ଥାନା ଆଇଆଇସି ସୌଭାଗ୍ୟ ଚନ୍ଦ୍ର ସ୍ବାଇଁ ତୁରନ୍ତ ଉପଜିଲାପାଳ ଓ ଏସ୍‌ଡିପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଏଥିସହ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ଥାନାକୁ ଡକାଇଥିଲେ। ଆଗାମୀ ଦିନରେ ଏପରି କାର୍ଯ୍ୟର ପୁନରାବୃତ୍ତି ହେବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଆଇଆଇସି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଟିଟିପିଏସ୍‌ ସିଏମ୍‌ଓ ରଞ୍ଜିତା ସାହୁ କହିଛନ୍ତି, ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ନିଆଯାଉ ଥିଲା। ଗାଡି ନ ଥିବାରୁ କେବେ କେବେ ଆମ୍ବୁଲାନ୍ସକୁ ଏଥିପାଇଁ ବ୍ୟବହାର କରାଯାଇଥାଏ। ଟିଟିପିଏସ୍‌ ଡିଜିଏମ୍‌ ସମୀତ ଦେ କହିଛନ୍ତି, ଆମ୍ବୁଲାନ୍ସ ଥାନାରେ କ’ଣ ପାଇଁ ଅଛି ତାହା ଜାଣିନାହିଁ। ସିଏମ୍‌ଓଙ୍କୁ ପଚାରିବା ପରେ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ

ଜଗନ୍ନାଥପୁର/ଭୁବନେଶ୍ୱର,୩୦।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨...

ଛାତ୍ରଙ୍କୁ ୩ ମହଲା କୋଠାରୁ ଠେଲିଦେବା ମାମଲା: ଆଣ୍ଟି ରାଗିଂ ସେଲ୍‌, ପୋଲିସର ତଦନ୍ତ ଆରମ୍ଭ

ଭବାନୀପାଟଣା,୩୦ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟ ବିନାୟକ ଆବାସିକ କଲେଜର ଜଣେ ଛାତ୍ରଙ୍କୁ ୩ମହଲା କୋଠାରୁ ଠେଲିଦେବା ଘଟଣାର ଆଣ୍ଟି...

କେନ୍ଦ୍ରାପଡ଼ା ରାଜନଗର ଥାନା ASI ନରେନ୍ଦ୍ର ସିଂ ସସ୍‌ପେଣ୍ଡ

ରାଜନଗର,୩୦।୯(ତ୍ରିଲୋଚନ ଦାସ ): କେନ୍ଦ୍ରାପଡା ରାଜନଗର ଥାନା ASI ନରେନ୍ଦ୍ର ସିଂଙ୍କୁ ସସ୍‌ପେଣ୍ଡ କରାଯାଇଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭବାନୀପାଟଣା/ଥୁଆମୂଳ ରାମପୁର,୩୦।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସୋମବାର ଅପରାହ୍ନରେ ସନ୍ଦେହ...

ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା...

ଶ୍ୱଶୁର ଘରକୁ ଆସି ଗାଧୋଇ ଯାଇଥିଲେ: କେନାଲରେ ଭାସି ପାଇପ୍‌ରେ ଫସିଲେ

କଣ୍ଟାବାଞ୍ଜି/ମୁରିବାହାଲ,୩୦।୧୦: ବଳାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଧୀନ ଅଏଁଲଭଟ୍ଟା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଗାଁକୁ ଜ୍ୱାଇଁ ଆସି ସ୍ଥାନୀୟ...

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ବାଇକ୍: ନିଆଁରେ ଜଳି ଦୁଇ ମୃତ, ଅନ୍ୟଜଣେ ଆହତ

କୁଆଁରମୁଣ୍ଡା,୩୦/୦୯(ମହେନ୍ଦ୍ର କୁମାର ସାହୁ): ସୋମବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ରୋଡ କୁଡ଼ପାନିଟୋଲି ବୁଲାଣି ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ…

ଭିନେଭୁବନେଶ୍ୱର,୩୦।୯: ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ  ନାୟକ  ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ  ବଡ଼ ବୟାନ  ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri