Posted inଖେଳ

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦୀର୍ଘ ୩୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛି। ତାରକା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଦମ୍‌ଦାର ପ୍ରଦର୍ଶନ ସହାୟତାରେ ନ୍ୟୁଜିଲାଣ୍ଡ ବିଜୟୀ ହେବା ଲକ୍ଷ୍ୟରେ ରହିଛି।
ସାଇଡ୍‌ ଷ୍ଟ୍ରେନ୍‌ ଜନିତ ଆଘାତ ସମସ୍ୟା କାରଣରୁ ବୋଲ୍ଟ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏଥିରେ ନ୍ୟୁଜିଲାଣ୍ଡ ବୃହତ୍‌ ୨୯୬ ରନରେ ପରାସ୍ତ ହୋଇଥିଲା। ବୋଲ୍ଟ ନେଟ୍ସରେ ବେଶ୍‌ ଝାଳ ବୁହାଇଛନ୍ତି ଓ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି। ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ବେଶ୍‌ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି। ବହୁ ସଂଖ୍ୟାରେ ନ୍ୟୁଜିଲାଣ୍ଡ ଦର୍ଶକ ମଧ୍ୟ ଉପସ୍ଥିତ ରହି ନିଜ ଦଳକୁ ଉତ୍ସାହିତ କରିବେ। ନ୍ୟୁଜିଲାଣ୍ଡ ଦର୍ଶକଙ୍କ ପାଇଁ ଅକଲାଣ୍ଡ ଓ ମେଲବୋର୍ନ ମଧ୍ୟରେ ଅତିରକ୍ତି ବିମାନ ଉଡାଣ ବ୍ୟବସ୍ଥା କରାଯାଇଛି।
ଶେଷଥର ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୯୮୭ରେ ବକ୍ସିଂ ଡେ ଟେଷ୍ଟରେ ପରସ୍ପରକୁ ଭେଟିଥିଲେ। ସେତେବେଳର ତାରକା ବୋଲର ରିଚାର୍ଡ ହାର୍ଡଲି ଦମ୍‌ଦାର ପ୍ରଦର୍ଶନ କରି ଏହି ମ୍ୟାଚ୍‌କୁ ଡ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମ୍‌ସିଜିର ଉଇକେଟ କିଭଳି ରଙ୍ଗ ଦେଖାଇବ ଅବଶ୍ୟ ତାହା ଅଜଣା ରହିଛି। ଏକ ନୂଆ ପିଚ୍‌ ପ୍ରସ୍ତୁତ କରିବା ପାଇଁ ଗ୍ରାଉଣ୍ଡ କ୍ୟୁରେଟର ମ୍ୟାଟ୍‌ ପେଜ ପ୍ରୟାସ ଜାରି ରଖିଛନ୍ତି। ପର୍ଥ ଟେଷ୍ଟରେ ଆହତ ହୋଇଥିବା ଜୋସ ହାଜେଲଉଡଙ୍କ ବଦଳରେ ଜେମ୍ସ ପାଟିନସନ ଖେଳିବେ। ସେହିପରି ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ମଧ୍ୟ କମାଲ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର ନାଥନ ଲିୟନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବେ। ଜବରଦସ୍ତ ଫର୍ମରେ ଥିବା ୩ ନମ୍ବର ବ୍ୟାଟ୍ସମ୍ୟାନ ୨୫ ବର୍ଷୀୟ ମାର୍ନସ ଲାବୁସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ କ୍ରମାଗତ ୩ଟି ଶତକ ଅର୍ଜନ କରିବା ସହ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ ହାତଛଡ଼ା କରିଥିବାରୁ ନ୍ୟୁଜିଲାଣ୍ଡ ସିରିଜକୁ ଫେରିବା ପାଇଁ ଏହି ମ୍ୟାଚ୍‌ରେ ଜିତିବା ଜରୁରୀ ହୋଇ ପଡିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ଖ୍ରୀଷ୍ଟମାସ ନୂଆ ଭେଟି ଦେବା ଲକ୍ଷ୍ୟରେ ରହିଛି। ବକ୍ସିଂ ଡେ ରେ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ଓ ଏବେ ଛୁଟି ଚାଲିଥିବାରୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେବ। ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଡେଭିଡ ଓ୍ବାର୍ନର, ଜୋ ବନର୍‌ସ, ମର୍ନସ ଲାବୁସେନ, ଷ୍ଟିଭ ସ୍ମିଥ୍‌, ମାଥ୍ୟୁ ଓ୍ବେଡ, ଟ୍ରାଭିସ ହେଡ, ଟିମ୍‌ ପେନ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜେମ୍ସ ପାଟିନସନ, ମିଚେଲ ନେସେର ଓ ପିଟର ସିଡଲ।
ନ୍ୟୁଜିଲାଣ୍ଡ ଦଳ: ଟୋଡ୍ଡ ଆସଲେ, ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ମ୍ୟାନ ହେନେରୀ, ଟମ୍‌ ଲାଥମ, ହେନେରୀ ନିକୋଲ୍ସ, ଜିତ୍‌ ରାଭାଲ, ମିଚେଲ ସାଣ୍ଟନର, ଟିମ୍‌ ସୌଦି, ରସ୍‌ ଟେଲର, ବିଜେ ଓ୍ବାଟଲିଂ, ନେଲ ଓ୍ବାଗନର ଓ କେନ୍‌ ଓ୍ବିଲିୟମସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri