ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ ନ ବୁଝି ଏହି ଅଞ୍ଚଳର ଅନେକ ଗାଁରେ ଗୋଟିଏ ଜାଗାରେ ୧୦/୨୦ଜଣ ଲେଖାଏଁ ବସି ତାସ ଖେଳୁଥିବାର ଦେଖିବାକୁ ମିଳୁଛି। ଏହାସହ ଅନ୍ୟ କେତେଜଣ ଏକତ୍ରିତ ହୋଇ ଭୋଜି କରି ସାମାଜିକ ଦ୍ୱରତ୍ୱକୁ ଅବମାନନା କରୁଛନ୍ତି। ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଆଶଙ୍କା କରାଯାଉଛି। ଏହିଭଳି ଦୃଶ୍ୟ କେବଳ ନିରାକାରପୁର ନୁହେଁ ଡିଆ, ରାମେଶ୍ୱର, ମଳିପଡ, ଗୋଡିପଡା, ଜଙ୍କିଆ, ଛଣଗିର, ଅଚୁତପୁର, ସରପାରି, ବଡପୋଖରିଆ, ଟାଙ୍କୋଳ, ହରିପୁର, ଲେଣ୍ଡେ, ସିକୋ ପଞ୍ଚାୟତରେ ଥିବା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଏକଜୁଟ ହୋଇ ତାସ, କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। ତାସ ଖେଳ ଚାଲୁଥିବାରୁ କାଳେ ପୋଲିସ ଗାଁ ଭିତରେ ପଶିଯିବ ସେଥିପାଇଁ ଗାଁ ଦୁଇପାଶ୍ୱରେ କାଠ, ବାଉଁଶ ପକେଇ ଦେଇଥିବା ଦେଖିବାକୁ ମିଳିଛି। ଏହିସବୁ ଅଞ୍ଚଳକୁ ବହୁସଂଖ୍ୟାରେ ବାହାର ରାଜ୍ୟରୁ ଲୋକେ ଆସିଥିବାବେଳେ ଏମାନଙ୍କୁ ପ୍ରଶାସନ କ୍ୱାରାଣ୍ଟାଇନରେ ରଖିବାକୁ ପରାମର୍ଶ ଦେଇଥିବା ବେଳେ ଆଉକିଛି ଲୁକ୍କାୟତରେ ରହୁଛନ୍ତି। ଅପରପକ୍ଷେ ବଜାର, ଔଷଧ ଆଣିବା ବାହାନା କରି ରାସ୍ତାଘାଟ ଓ ଛକଗୁଡ଼ିକରେ ବହୁସଂଖ୍ୟାରେ ଭିଡ଼ ଜମାଉଛନ୍ତି। ସେହିଭଳି ଔଷଧ ଦୋକାନ ବ୍ୟତୀତ ବଜାର, ହାଟ ସବୁ ଅପରାହ୍ନ ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶଥିବାବେଳେ ଲୋକେ ପାନ, ଚା ଦୋକାନ ଦିନ ତମାମ ଖୋଲି ରଖୁଛନ୍ତି। ଏ ନେଇ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନିରାକାରପୁର ଥାନା ଏଏସ୍‌ ଆଇ ଶରତ ପାଇକରା କୁହନ୍ତି, ଏହି ଖବରପାଇ କେତେକ ଗ୍ରାମରେ ଶୁକ୍ରବାର ଆମେ ଚଢ଼ାଉ କରିଛୁ। ଏଭଳି ପୁନରାବୃତ୍ତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ

ବାଲିଅନ୍ତା,୧୫।୧୦: ବାଲିଅନ୍ତା ଥାନା ସୁବାଳ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ, ଭାଇଙ୍କ...

ରକ୍ତ ସାଜିଲା ବଇରୀ: ଦୁଇ ଭାଇଙ୍କ କଳିରୁ ଫୁଟିଲା ଗୁଳି

ଖୋର୍ଦ୍ଧା,୧୩।୧୦: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଦୀକ୍ଷିତପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୨ ଭାଇଙ୍କ ମଧ୍ୟରେ କଳହରୁ ଗୁଳି କାଣ୍ଡ ଘଟିଛି।...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର, ଟ୍ୟୁଶନ ସାର୍‌ ଗିରଫ

ବାଣପୁର,୧୧ା୧୦(ଦିଲୀପ କୁମାର ସ୍ବାଇଁ): ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ଖୋର୍ଦ୍ଧା ଜିଲା ଗମ୍ଭାରୀମୁଣ୍ଡା ପୋଲିସ ବିଟ୍‌ ହାଉସ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶୁକ୍ରବାର...

ହଠାତ୍‌ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ

ଖୋର୍ଦ୍ଧ,୯।୧୦: ଟାୟାର ପ୍ରେସର୍‌ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଏଭଳି ଘଟଣାଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri