ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ବନଦେବୀ ଥାନା ଅନ୍ତର୍ଗତ ନୁମାଇସ୍ ମୈଦାନରେ ବାସ କରୁଥିବା ୪୫ ବର୍ଷ ବୟସ୍କ ଚା ବିକାଳି ସଞ୍ଜୟ କୁମାରଙ୍କ ମୃତ୍ୟୁ ଚିକିତ୍ସା ଅଭାବରୁ ଘଟିଛି । ତାଙ୍କୁ ହସ୍ପିଟାଲକୁ ନେବାରେ ବିଳମ୍ବ ହୋଇଥିଲା । ଫଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସଞ୍ଜୟଙ୍କ ୫ କନ୍ୟା ତାଙ୍କ ମୃତଦେହକୁ ସଂସ୍କାର ପାଇଁ କାନ୍ଧରେ ବୋହି ନେଇଥିଲେ । ସଞ୍ଜୟ ଗତ ୬ମାସ ଧରି ଟିବିି ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି । ଏବେ ସଞ୍ଜୟଙ୍କ ମୃତଦେହକୁ ସଂସ୍କାର ପାଇଁ କାନ୍ଧରେ ବୋହି ନେଉଥିବାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
Posted inକରୋନା ଭାଇରସ୍, ଜାତୀୟ