ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଛନ୍ତି। ଏ ନେଇ ଦଫା ୨୧(ଖ)ରେ ଏକ ମାମଲା (ନଂ. ୨୩/୧୯) ରୁଜୁ କରାଯାଇଥିବାବେଳେ ବିଭାଗ ତରଫରୁ ବିଶେଷ ତଦନ୍ତ ଚାଲିଛି ।
ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କ ସୂତ୍ରରୁ ଖବର ପାଇ ଅବକାରୀ ଇନ୍ସିପେକ୍ଟର ସୁବନ କୁମାର ନାଏକଙ୍କ ନେତୃତ୍ୱରେ ଏକ ଟିମ ବଦପଦର ପଡାରେ ପହଞ୍ଚତ୍ଥିଲା। ସେଠାରେ ଗ୍ରାମବାସୀ ନେତ୍ରାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି କୋରେକ୍ସ ଚାଲାଣ କରୁଥିବା ବେଳେ ଧରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଛାଡି କୁଆଡେ ଚାଲିଯାଇଥିଲେ। ଅବକାରୀ ବିଭାଗ ଅଧିକାରୀମାନେ ସେଠାରୁ ଦୁଇ ବସ୍ତା କୋରେକ୍ସ ବୋତଲ ଜବତ କରିଥିଲେ। ଏଥିରେ ମୋଟ ୧୪୨୦ଟି ବୋତଲ ଥିବା ଜଣାପଡିଥିଲା । ପ୍ରତ୍ୟେକଟିର ଛାପା ମୂଲ୍ୟ ୧୧୬ଟଙ୍କା ରହିଥିଲା । ଏହାକୁ ସେ ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ କରି ଚଢା ଦରରେ ବିକ୍ରି କରି ମୁନାଫା ନେଉଥିଲେ । ବିଭିନ୍ନ ସମୟରେ ନେତ୍ରାନନ୍ଦ ଏହି ଗାଁକୁ ଆଣି ନିଜ ଜଣେ ସମ୍ପର୍କୀୟଙ୍କ ଘରେ ରଖୁଥିଲେ। ଏହାକୁ ଗ୍ରାମବାସୀ କାବୁ କରିବାକୁ ସମୟ ଦେଖୁଥିଲେ। ଠିକ ସମୟରେ ଅବକାରୀ ବିଭାଗକୁ ଖବର ଦେଇଥିଲେ ହେଁ ବିଭାଗ ତାଙ୍କୁ ଧରିବାରେ ବିଫଳ ହୋଇଥିଲା । ଏହା ଉପରେ ତଦନ୍ତ ଚାଲିଛି । ଏହାକୁ କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା ତାରି ଛାନଭିନ ଚାଲିଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବା ବ୍ୟବସ୍ଥା କରାଯିବ ବୋଲି ଇନ୍ସିପେକ୍ଟର ନାଏକ କହିଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ, ଏଏସଆଇ କୁରେଶ୍ୱର କଟା, ସଞ୍ଜୀବ ସାହୁ, ସୁନାଧର ମାଝି, ମଳୟ ମହାନ୍ତି, ଧନରାଜ ଦଣ୍ଡସେନା, ଗିରେନ୍ଦ୍ର କଟା, ପୂର୍ଣ୍ଣିମା କହଁର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ନୂଆପଡ଼ା,୨୯।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ସଦର ଥାନାରେ କାର୍ଯ୍ୟରତ ପୋଲିସ ସବ୍‌ଇନ୍ସିପେକ୍ଟର (ଏସ୍‌ଆଇ) ହରିଶ କୁମାର ବାରିକ(୩୩)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩ ଗୁରୁତର

ବଣାଇଁ,୨୯।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ବର୍ଷ ଶେଷକୁ ଖୁସି ଖବର: ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ

ଭୁବନେଶ୍ୱର,୨୯।୧୨: ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବର୍ଷର ଶେଷ ମୁହୂର୍ତ୍ତରେ ଜୀବଜନ୍ତୁ ପ୍ରେମିକଙ୍କ ପାଇଁ ରବିବାର ଆସିଛି ଏକ ଖୁସି...

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ

ବାରିପଦା୨୯ା୧୨: ବାଘୁଣୀ ଜିନ୍ନତକୁ ରବିବାର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ଏବେ ଜନ୍ତାରେ ରହିଛି। ସ୍ବାସ୍ଥ୍ୟ ପରୀକ୍ଷା...

ବର୍ଷା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଗଜପତି(ପାରଳାଖେମୁଣ୍ଡି) ୨୯।୧୨: ଲଗାଣ ବର୍ଷାରେ ଫସଲ କ୍ଷୟକ୍ଷତି ସମୀକ୍ଷା କରିବାକୁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ...

ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା

ଭୁବନେଶ୍ୱର,୨୯।୧୨: ଲଘୁଚାପ ବର୍ଷା ଯିବା ପରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ ବୃଦ୍ଧି ପାଇଛି। ଏଥିସହିତ ନୂଆବର୍ଷରେ ଜାନୁଆରୀ ୧ ରୁ ଜାନୁୟାରୀ ୪,...

ମହୁମାଛି ନେଲା ଜେଇଙ୍କ ଜୀବନ

ରାଇରଙ୍ଗପୁର,୨୯।୧୨: ମୟୂରଭଞ୍ଜ ଜିଲା ମହୁଲଡିହାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ତିରିଂ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ...

OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri