ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ ଦେଇ ଯାଉଥିବା ଇ.ଜ୍ୟୋତି ପାତ୍ର ନାମ୍ନୀ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ହାର ଝାମ୍ପି ନେବା ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ବଡବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ନିକଟରେ ଏସ.ଭାଗ୍ୟଲଷ୍ମୀ ନାମ୍ନୀ ଜଣେ ବୃଦ୍ଧା ବାଲୁଙ୍କେଶ୍ୱର ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ବେକରୁ ୨ ଭରିର ଏକ ସୁନା ହାର ଝାମ୍ପି ନେଇଥିଲେ। ଅଭିଯୋଗ ପରେ ପୋଲିସ ନଂ.୯୯/୨୦ରେ ଏକ ମାମଲା ରୁଜୁ କରିଛି। ଏରଗୁଲା ଏହି ଲୁଟରେ ସାମିଲ ଥିବା ସିସି ଟିଭି ଫୁଟେଜକୁ ଆଧର କରି ପୋଲିସ ସନ୍ଦେହ କରୁଥିବା କହିଛି।