ଲକ୍‌ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲା। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା। ଛାତ୍ରୀଛାତ୍ରମାନେ ପାଠପଢ଼ା ଛାଡ଼ି ଘରେ ରହିବାରୁ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା। ହେଲେ ଏହି ସମୟର ସଦୁପଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଓଡ଼ିଆ ଝିଅ। ସେ ହେଲେ ଡାକ୍ତର ସୁଧନ୍ୟା ନାଥ। ୩ଶହରୁ ଊର୍ଦ୍ଧ୍ୱ ଜାତୀୟ ତଥା ଅନ୍ତର୍ଜାତୀୟ ସାର୍ଟିଫିକେଟ ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ସୁଧନ୍ୟାଙ୍କ ଘର ଭୁବନେଶ୍ୱରରେ। ୨୦୧୭ରେ ଓୟୁଏଟିରୁ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ସ୍ନାତକ ସାରିବା ପରେ ୨୦୧୯ରେ ଆସାମ କୃଷି ବିଶ୍ୱବିଦ୍ୟାଳୟରୁ ଆନିମଲ ନ୍ୟୁଟ୍ରିଶନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ପ୍ରାଣୀ ଏବଂ ମତ୍ସ୍ୟ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ସ୍କଲାର। ତେବେ ଦେଶବ୍ୟାପୀ କରୋନା କଟକଣା ଲାଗୁ ହେବା ପରଠୁ ସେ ନିଜ ଘରେ ମା’ ବାପାଙ୍କ ସହ ରହୁଛନ୍ତି। ଲକ୍‌ଡାଉନର ପ୍ରଥମ କିଛିଦିନ ସାଧାରଣ ଝିଅଙ୍କ ପରି ଲାପ୍‌ଟପ୍‌ରେ ଫିଲ୍ମ ଦେଖିବାରେ ସମୟ ଗଲା। କିନ୍ତୁ ସେଥିରେ ସୁଧନ୍ୟାଙ୍କ ମନ ମାନିଲା ନାହିଁ। ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଏକ ୱେବିନାରରେ ଭାଗ ନେଇ ସାର୍ଟିଫିକେଟ ପାଇଲେ। ଏହାପରେ ସମୟର ଠିକ୍‌ ଉପଯୋଗ ପାଇଁ ବିଭିନ୍ନ ୱେବିନାର, ଅନ୍‌ଲାଇନ କମ୍ପିଟିଶନ, ୱାର୍କଶପରେ ଭାଗ ନେଇ ଚାଲିଲେ। ନୂଆ ନୂଆ କଥା ଜାଣିବାକୁ ଶତାଧିକ ଇଭେଣ୍ଟରେ ଭାଗନେଇ ସାର୍ଟିଫିକେଟ ସହ ପୁରସ୍କାର ମଧ୍ୟ ପାଇଲେ। ଏସବୁ ଇଭେଣ୍ଟ ମଧ୍ୟରେ ଭେଟେରିନାରି ବିଜ୍ଞାନର ବିଷୟକୁ ନେଇ ୱେବିନାର, ଟ୍ରେନିଂ, ୱାର୍କଶପ୍‌, କନଫରେନ୍ସ, କୁଇଜ ସମେତ ଅନ୍ୟ ବିଷୟ ଯଥା ଫଟୋଗ୍ରାଫି, ଭିଡିଓଗ୍ରାଫି, ରୋଷେଇ, ଚିତ୍ରକଳା, ସଙ୍ଗୀତ, ଟ୍ରେଜର ହଣ୍ଟ, କ୍ରାକିଂ କ୍ରସ ୱାର୍ଡ, ରିଡିଲ ଇତ୍ୟାଦି ରହିଛି। ଏଯାବତ୍‌ ସୁଧନ୍ୟା ଦେଶ ବିଦେଶରୁ ୩୧୭ଟି ସାର୍ଟିଫିକେଟ ହାସଲ କରିଥିବାବେଳେ ଏହା ଏକ ରେକର୍ଡ ବୋଲି କୁହାଯାଉଛି। ଏହାଛଡା ‘ପଶୁଧନ ପ୍ରହରୀ’ ଓ ‘ବିଜ୍ଞାନ ମିତ୍ର’ ଭଳି ଅନ୍ତର୍ଜାତୀୟ ପତ୍ରିକାରେ ୧୧ଟି ଲେଖା ପ୍ରକାଶିତ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ଏନେଇ ସୁଧନ୍ୟା କୁହନ୍ତି, ରେକର୍ଡ ତାଲିକାରେ ସ୍ଥାନ ପାଇବା ମୋର ଲକ୍ଷ୍ୟ ନ ଥିଲା। ସମୟକୁ ମୂଲ୍ୟଯୁକ୍ତ କରିବା ପାଇଁ ଏହା ଏକ ଉଦ୍ୟମ ଥିଲା। ଏବେ ମୋର ଜୁନିୟରମାନେ ମୋ ଦ୍ୱାରା ଅନୁପ୍ରାଣିତ ହୋଇ ୱେବିନାର ଓ କମ୍ପିଟିଶନ ଆଦିରେ ଭାଗ ନେଉଥିବାରୁ ମୋତେ ଆତ୍ମତୃପ୍ତି ଦେଇଛି। ସୂଚନାଯୋଗ୍ୟ, ସୁଧନ୍ୟା ହେଉଛନ୍ତି ଓୟୁଏଟି ଭେଟେରିନାରି କଲେଜର ସର୍ଜରି ଓ ରେଡିଓଲୋଜି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ ଓ ମାତା କମଳା ନେହେରୁ କଲେଜର ଓଡ଼ିଆ ବିଭାଗର ରିଡର ଡ. ଶାଶ୍ୱତୀ ସୌମ୍ୟା ସାହୁଙ୍କ ଜ୍ୟେଷ୍ଠା କନ୍ୟା। ସେ ଏଥିପାଇଁ ମା’ଙ୍କୁ ଅଧିକ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri