ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଲକ୍‌ଡାଉନ୍‌ ଯୋଗୁ ଅନେକେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ବିଭିନ୍ନ ସ୍ବେଚ୍ଛାସେବୀ, ସରକାରୀ ଅନୁଷ୍ଠାନ, ପୋଲିସ ଆଗେଇ ଆସୁଥିବା ଦେଖାଯାଉଛି। ଇତିମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଥିବା ଭାରତୀୟ ଡାକ ବିଭାଗ ମଧ୍ୟ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସେବା ପ୍ରଦାନ କରୁଛି। ବିଶେଷକରି ବିଭିନ୍ନ ସ୍ଥାନରୁ ଡାକରେ ଆସୁଥିବା ମେଡ଼ିସିନ ଲୋକଙ୍କ ଘରେ ନେଇ ଡାକ ବିଭାଗ ପହଞ୍ଚାଉଛି । ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଏଇପିଏସ୍‌(ଆଧାର ଏନେବୁଲ୍ଡ ପେମେଣ୍ଟ ସିଷ୍ଟମ) ଜରିଆରେ ପେନସନ୍‌ ଯୋଗାଇ ଦିଆଯାଉଛି। ଏହାଛଡ଼ା ଗୁରୁବାର ପୋଷ୍ଟ ଅଫିସ କଲ୍ୟାଣ ପାଣ୍ଠିରୁ କଟକ ନଗର ମଣ୍ଡଳ ନିସହାୟମାନଙ୍କୁ ଖାଦ୍ୟ ସମାଗ୍ରୀ ଚାଉଳ, ଡାଲି, ଅଟା, ଛତୁଆ, ବିସ୍କୁଟ, ସାବୁନ ଆଦି ବଣ୍ଟନ କରାଯାଇଥିଲା। କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ବାଇଁଙ୍କ ନିର୍ଦ୍ଦେଶାନୁସାରେ ସହକାରୀ ଡାକ ଅଧିକ୍ଷକ ଅସିତ୍‌ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବିଡାନାସି, ଚଣ୍ଡି ଛକ, ବକ୍ସି ବଜାର, ବାରବାଟୀ ଷ୍ଟାଡିୟମ ଆଦି ବିଭିନ୍ନ ଜାଗାରେ ଗରିବ ଏବଂ ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

ରାସ୍ତା ନିର୍ମାଣକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ

ତିହିଡି, ୨୪।୧୨(ସଞ୍ଜିତ ବଳ): ତିହିଡି ବ୍ଲକ ଭଟପଡା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ମଙ୍ଗଳବାର ଏକ ରାସ୍ତା ନିର୍ମାଣକୁ ନେଇ ଭାଜପା ଓ କଂଗେସ କର୍ମୀ...

କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ...

ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ...

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri