ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହିଥିବାବେଳେ କେତେକ ସ୍କୁଲରେ ଉପସ୍ଥାନ ସମ୍ପୂର୍ଣ୍ଣ ଶୂନ ରହିଥିବା ଦେଖିବାକୁ ମିଳିଛି। ବର୍ଷାଜଳ ରାସ୍ତା ଉପରେ ଲହଡି ମାରିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି। ସିଡିଏ ଡିଏଭି ସ୍କୁଲର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ କହିଛନ୍ତି, ସେଠାରେ ପ୍ରାୟ ୫ହଜାର ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ବର୍ଷାଯୋଗୁ ଏହାର ଏକ ତୃତୀୟାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସିନାହାନ୍ତି। ସେହିପରି ସମସ୍ତ ଶିଶୁମନ୍ଦିରଗୁଡ଼ିକର ଅବସ୍ଥା ମଧ୍ୟ ଅନୁରୁପ। ତେବେ ସବୁଠାରୁ ଦୁଃଖଦାୟକ ଛବି ଦେଖିବାକୁ ମିଳିଥିଲା ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟରେ। ଏଠାରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଥିବାବେଳେ ଜଣେ ହେଲେ ବି ଶନିବାର ବିଦ୍ୟାଳୟକୁ ଆସି ନ ଥିଲେ। ବିଦ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଏହାର ପରିସରରେ ଦୁଇଦିନ ହେଲାଣି ବର୍ଷାଜଳ ଲହଡ଼ି ମାରୁଛି। ଏଣୁ ବିଦ୍ୟାଳୟକୁ ଆସିବା ମୁସ୍କିଲ ହୋଇପଡ଼ିଛି। ଏ ନେଇ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ପରିଚୟ ଗୋପନ ରଖି କହିଛନ୍ତି, ସ୍କୁଲ ସମ୍ମୁଖରେ ବର୍ଷାଜଳ ଜମିବା ନୁଆ କଥା ନୁହେଁ। ଅନେକଥର ଏ ସମ୍ପର୍କରେ ସିଏମ୍‌ସିକୁ ଜଣାଇଛୁ। ହେଲେ କେହି ଶୁଣୁନାହାନ୍ତି। କୌଣସି ଅଭିଭାବକ ନିଜ ପିଲାଙ୍କୁ ବର୍ଷାରେ ଆଣି ସ୍କୁଲ ଛାଡ଼ିବାକୁ ରାଜି ହେଉନାହାନ୍ତି।

ରେନି-ଡେ କାହିଁକି ଘୋଷଣା କରାଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ହୋଇଥିବା ବେଳେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ରେନି-ଡେ’ ଘୋଷଣା ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ। ତେବେ ବର୍ଷା ଲାଗି ରହିବ ବୋଲି ଆଶା ନ ଥିଲା। ତେଣୁ ପୂର୍ବରୁ ନିଷ୍ପତ୍ତି ହୋଇପାରିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri