ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୯(ବ୍ୟୁରୋ):ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ସୋମବାରଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶେଷକରି ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏଥିଯୋଗୁ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି। ସେହିପରି ଏହି ସମୟରେ କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ୨୧ ଓ ୨୨ ତାରିଖରେ ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି। ବଲାଙ୍ଗୀର, ସୋନପୁର, ସମ୍ବଲପୁର, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ମଙ୍ଗଳବାର ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।
ଘୂର୍ଣ୍ଣିବଳୟ ଯୋଗୁ ସୋମବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଚାନ୍ଦବାଲିରେ ୩୩.୯ ମି.ମି. ବର୍ଷା ହୋଇଥିବା ବେଳେ ପାରାଦୀପ ୫୦.୩, ଭୁବନେଶ୍ୱର ୩୪, ଭବାନୀପାଟଣା ୨୦.୬, ବଲାଙ୍ଗୀର ୪୨.୪, କୋରାପୁଟ ୨୮, ନୟାଗଡ଼ ୨୬ ଓ ତାଳଚେରରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଜେନେରାଲ ମ୍ୟାନେଜର୍‌

ଭୁବନେଶ୍ୱର,୧୮।୧୧: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର...

ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ...

ଅଚ୍ୟୁତ ସାମନ୍ତଙ୍କୁ ‘ଏଫ୍‌ଆଇଭିବି ଗ୍ରାଣ୍ଡ୍‌ କ୍ରସ୍‌ ସମ୍ମାନ’

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ (ଏଫ୍‌ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌’ ପ୍ରଦାନ କରାଯାଇଛି।...

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା...

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର...

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ଜି.ଉଦୟଗିରି କୃଷି...

୧୧ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ...

ଅନନ୍ତ, ଶ୍ରୀନିବାସ, ଜୟୀରାମ ପାଇଲେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର’

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୨, ୩୩ ଓ ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri