ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ

ଦଶମନ୍ତପୁର,୧୭ା୪(ଡି.ଏନ୍‌.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ ଲଣ୍ଡା ପଡ଼ିଆକୁ ସବୁଜିମାରେ ଭରିଦେଇଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧ। ସେଇ ଗୋଟିଏ ଏକର ଜମିରେ ଏବେ ବିଭିନ୍ନ ଫଳଗଛ, ସବୁଜ ପନିପରିବା ଓ ଫୁଲଗଛ ହସୁଛି। ଉପାନ୍ତ ଅବିଭକ୍ତ କୋରାପୁଟ ଜିଲାର ଚାଷ ବେଉସା ପାଇଁ ପ୍ରେରଣା ପାଲଟିଛନ୍ତି ନିତ୍ୟାନନ୍ଦ ସାହୁ।

ରାୟଗଡ଼ା ଜିଲା କାଶିପୁର ବ୍ଲକ ଡୋଙ୍ଗାସିଲ ପଞ୍ଚାୟତରେ ରହିଛି ଶିଶପାସ୍‌ ଗାଁ। ଏହି ଗାଁଟି କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକକୁ ଲାଗିଛି। ଏହି ଗାଁରେ ନିତ୍ୟାନନ୍ଦଙ୍କ ଘର। ୨୫ ବର୍ଷ ତଳର କଥା। ସେ ଗାଁ ନିକଟସ୍ଥ ନାରଙ୍ଗି ଛପର ଡଙ୍ଗରକୁ ଗାଈଗୋରୁ ଚରାଇବାକୁ ଯାଇଥିଲେ। ସେତିକିବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ ନିତ୍ୟାନନ୍ଦ। ବାର୍‌ହା ଡାହାଣ ହାତକୁ ଏଭଳି କାମୁଡ଼ିଥିଲା ଯେ ତାହା ଶେଷକୁ ଛିଣ୍ଡିଯାଇଥିଲା। ସେବେଠାରୁ ଦିବ୍ୟାଙ୍ଗ ପାଲଟିଗଲେ ସେ। ଘରେ ତାଙ୍କର ୩ ପୁଅ ଓ ୩ ଜଣ ଝିଅ। ସେମାନଙ୍କର ବିବାହ ହେବା ପରେ ନିତ୍ୟାନନ୍ଦ ସ୍ତ୍ରୀ ଟୋବାଙ୍କ ସହ ରହୁଥିବା କହିଛନ୍ତି। ପୂର୍ବପୁରୁଷରୁ ଗାଁରେ ଥିବା ୧ ଏକର ଜମି ପଡ଼ିଆ ପଡ଼ିଥିଲା। ସେଠାକୁ ଜଳସେଚନ ବ୍ୟବସ୍ଥା ନଥିଲା। ନିଜେ କୋଦାଳ ମାରି ମାରି ୨ କି.ମି. ଦୂରରେ ଥିବା ଆକୁମୁଣ୍ଡାରୁ ପାଣିକୁ ନିଜ ଜମିରେ ମଡ଼ାଇବା ବ୍ୟବସ୍ଥା କଲେ। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ଲାଗିଥିଲା। ପାଣି ମାଡ଼ିବା ପରେ ନିତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ଆନ୍ଧ୍ରରୁ ବିଭିନ୍ନ ପନିପରିବା ଓ ଫଳଚାଷ ପାଇଁ ବିହନ ଓ ଚାରା ଆଣି ଲଗାଇଲେ। ତାରପୋଲିନରେ କୁଡ଼ିଆକରି ଦିନ ରାତି ସେଠାରେ ବୃଦ୍ଧ ଦମ୍ପତି ଜଗିରହିଲେ। ସେମାନଙ୍କର ପରିଶ୍ରମ ସାକାର ରୂପ ନେଲା। ଯେଉଁଠି ଜମି ପଡ଼ିଆ ପଡ଼ିଥିଲା, ବର୍ତ୍ତମାନ ସେଠାରେ ୮ ଆମ୍ବ ଗଛ, ୬ ଜାମୁଗଛ, ୧୦ କମଳା, ୫ ଲେମ୍ବୁ, ୧୫ ସଲପ, ୩ ଖଜୁରୀ, ୨ ଖଜରା ଗଛ, ୨ ଲିଚୁଗଛ, ଗୋଟିଏ ତେଜପତ୍ର ଗଛ, ୧୬ ଆନ୍ଧ୍ର କଦଳୀଗଛ, ୧୦ ଦେଶୀ କଦଳୀଗଛ, ୬ ଗୁଆଗଛ, ୬ ଅମୃତଭଣ୍ଡା ଗଛ ଲାଗିଛି। ସେହିପରି ୩୦୦ ଫୁଲକୋବି, ୫୦୦ ପତ୍ରକୋବି, ୧ ହଜାର ବାଇଗଣ, ପିଆଜ, ଟମାଟୋ, ୬ଶହ ସପୁରି ଗଛ, ଆଲୋଡି, ଭେଣ୍ଡି, କୁମୁଡ଼ା, କାକୁଡି, ୪ ପ୍ରକାରର ଗୋଲାପ ଗଛ ସାଙ୍ଗକୁ ମଲ୍ଲି ଓ ଇତିମଳା ଫୁଲ ଗଛ ମଧ୍ୟ ବଗିଚାରେ ହସୁଛି। ଏଠାରୁ ଅମଳ ହେଉଥିବା ଫଳ ଓ ପରିବା ଦଶମନ୍ତପୁର ବ୍ଲକ ଏବଂ ରାୟଗଡ଼ା ଜିଲାରେ ବିକ୍ରି ହେଉଛି। ଗାଁ ଆଖପାଖରେ କାହାର ଭୋଜିକାର୍ଯ୍ୟ ହେଲେ ସେମାନେ ନିତ୍ୟାନନ୍ଦଙ୍କ ପରିବା ବଗିଚାରେ ପହଞ୍ଚତ୍ୟାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ...

ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ...

ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ଦେଖି ହେଲେ ବେହୋସ, ଆଉ ତା’ ପରେ…

ରାୟଗଡ଼ା,୩୧ା୮(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ସହରର ନିଜ ଘରେ ମାଣ୍ଡିବିସି ପଞ୍ଚାୟତରେ...

ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୨୭ା୮: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ନର୍ଲା ଜୟ ଦୁର୍ଗା ଉଚ୍ଚ...

ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ କାର୍ଡ ପଞ୍ଜୀକରଣ

ରାୟଗଡ଼ା,୨୪।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ପିଛା ଛାଡ଼ୁନି ଦୁର୍ନୀତି ଓ କେଳେଙ୍କାରୀ। ନିର୍ମାଣ ଶ୍ରମିକ କାର୍ଡରେ ମୃତ୍ୟୁକାଳୀନ ବୀମା ଅର୍ଥ ହେରଫେର...

ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର

ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍‌ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ...

ଭାଜପାରେ ଯୋଗଦେଲେ ବହୁ ବିଜେଡି କର୍ମୀ

ରାୟଗଡ଼ା,୧୭।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେଇଛନ୍ତି। ରାୟଗଡ଼ା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ୟାଲା ଭେଙ୍କଟେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ବର୍ଷା ହେବାପରେ ଚାଷୀମାନେ ଧାନ ଚାରା ରୋପଣ କରୁଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri