Posted inଜାତୀୟ

ଲଦାଖରେ ବ୍ରିଜ୍‌ ଉଦ୍‌ଘାଟନ କଲେ ରାଜନାଥ: ପାକ୍‌ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ

ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍‌ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ କରେ ତେବେ ଭାରତୀୟ ସେନା ଏହାର ଠିକଣା ଜବାବ ଦେବ। ସୋମବାର ରାଜନାଥ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟବର୍ତ୍ତୀ ପୂର୍ବ ଲଦାଖର ଶ୍ୟୋକ୍‌ ନଦୀ ଉପରେ କଲୋନେଲ୍‌ ଚଓ୍ବୋଙ୍ଗ ରିନ୍‌ଚେନ୍‌ ବ୍ରିଜ୍‌ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ପଡୋଶୀ ଦେଶ ଆତଙ୍କବାଦୀ କାର୍ଯ୍ୟକୁ ସମର୍ଥନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଛନ୍ତି। ରବିବାର ଭାରତୀୟ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେରେ ୩ଟି ଆତଙ୍କବାଦୀ ଶିବିର ଧ୍ୱଂସହେବା ସହ ଅନେକ ଆତଙ୍କବାଦୀ ଓ ୧୦ ପାକ୍‌ ସୈନ୍ୟ ନିହତ ହୋଇଥିଲେ। ଡର୍‌ବୁକ ଓ ଦୌଲତ ବେଗ୍‌ ଓଲ୍‌ଡିକୁ ସଂଯୋଗ କରୁଥିବା ଚଓ୍ବୋଙ୍ଗ ରିନ୍‌ଚେନ୍‌ ବ୍ରିଜ୍‌ ସୀମା ସଡ଼କ ସଂଗଠନ (ବିଆର୍‌ଓ) ପକ୍ଷରୁ ନିର୍ମାଣ କରାଯାଇଛି। ଦୀର୍ଘ ୩୫ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ସିଆଚେନ୍‌ ଖୋଲାଯାଇଥିବା ରାଜନାଥ କହିଛନ୍ତି। ଉଦ୍‌ଘାଟନ ଉତ୍ସବରେ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ, ଉତ୍ତରାଞ୍ଚଳ କମାଣ୍ଡ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂ, ଲଦାଖ ଏମ୍‌ପି ଜମ୍ୟାଙ୍ଗ ସେରିଙ୍ଗ୍‌ ନମଗ୍ୟାଲ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ, ଶ୍ରୀହରିକୋଟାରୁ ସଫଳତାର ସହ SpaDex Mission ଲଞ୍ଚ

ଶ୍ରୀହରିକୋଟା,୩୦।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସୋମବାର ଇତିହାସ ରଚିଛି। ଇସ୍ରୋ ସଫଳତାର ସହିତ ଏହାର ଉଚ୍ଚାଭିଳାଷୀ ମିଶନ PSLV-C60 SpaDeX ଆରମ୍ଭ କରିଛି।...

ମନମୋହନଙ୍କୁ ନେଇ ସାରା ଦେଶ ଶୋକ ପାଳୁଥିବା ବେଳେ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ଭାଜପା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସୋମବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକର...

ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି…

ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଧାନସଭା କ୍ଷେତ୍ର ଓ୍ବାୟନାଡ଼ରେ କଂଗ୍ରେସର ଅଡୁଆ ବଢ଼ିଛି। ଏହାର କାରଣ ହେଉଛି ଓ୍ବାୟନାଡ଼ରେ ଜଣେ ସ୍ଥାନୀୟ...

ବୀମାଭୁକ୍ତ ଚାଷୀଙ୍କ ଫସଲ କ୍ଷତି ସୂଚନା ଦେବାକୁ ଅବଧି ବଢ଼ାଇଲେ କେନ୍ଦ୍ର ସରକାର, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୧୨: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ଯୋଜନା କରିଛନ୍ତି...

ପୂଜାରୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୩୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ...

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ଆଜି ରାତିରେ ହେବ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଆଜି ରାତିରେ ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡିକର ଉଦ୍ଦେଶ୍ୟ ହେଉଛି ମହାକାଶରେ ଯୋଡିବା...

ବାଂଲାଦେଶର ସନ୍ଦେହ, କେବେବି ହାସିନାଙ୍କୁ ନ ଫେରାଇପାରେ ଭାରତ, ଜାଣନ୍ତୁ ଏହାର କାରଣ

ଢାକା/ନୂଆଦିଲ୍ଲୀ,୩୦।୧୨: ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ବାଂଲାଦେଶରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ ଏବଂ ଏହା ପରେ ସେ ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ...

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ଭାରତ ସହ ରହିଛି ସ୍ବତନ୍ତ୍ର ସମ୍ପର୍କ

ଓ୍ବାଶିଂଟନ,୩୦।୧୨: ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ରାତିରେ ମୃତ୍ୟୁ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଏବଂ ଭାରତ ଗସ୍ତରେ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri