ଲାଞ୍ଚ ମାଗି ନିଲମ୍ବିତ ହେଲେ ବେଗୁନିଆ ଥାନା ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୫।୧: ଜଣେ ଅଭିଯୁକ୍ତଙ୍କ ମା’ଙ୍କୁ ଲାଞ୍ଚ ମାଗି ଫସିଛନ୍ତି ବେଗୁନିଆ ଥାନା ଏସ୍‌ଆଇ ସୁଜାତା ପଲେଇ। ଏହାର ଏକ ଅଡିଓ ଭାଇରାଲ ହେବା ପରେ ଖୋର୍ଦ୍ଧା ଏସ୍‌ପି ବୁଧବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସୂଚନାନୁଯାୟୀ, ଉକ୍ତ ଥାନା ଅନ୍ତର୍ଗତ ଦକ୍ଷିଣପରୀକ୍ଷିତ ଗ୍ରାମରେ କିଛି ଦିନ ତଳେ ଦୁଇଜଣ ଯୁବକଙ୍କୁ ଗ୍ରାମବାସୀ ଖୁଣ୍ଟିରେ ବାନ୍ଧି ପିଟିଥିଲେ। ଏହି ଘଟଣାରେ ଏସ୍‌ଆଇ ଫୋନ ଯୋଗେ ମାମଲା ରଫାଦଫା କରିବା ପାଇଁ ଟେଲିଫୋନ ଯୋଗେ ଲାଞ୍ଚ ମାଗିଥିଲେ। ଏହାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଖୋର୍ଦ୍ଧା ଏସ୍‌ପି ଘଟଣାର ତଦନ୍ତ କରି ଶେଷରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ଡେଲ୍‌ଟା ଛକରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ୱର,୧୦ା୧୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ରବିବାର ରାତି ସାଢେ ୧୦ରେ ଏକ ସଡକ ଦୁର୍ଘଟଣା ଘଟିଛି । ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଲୁଥିବା...

ଜନନୀ ଯନ୍ତ୍ରଣା: ଖଟିଆରେ ପୁଣି ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୧୦।୧୧(ଦୁର୍ଗା କିର୍ତ୍ତୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ଖରାପ ଯୋଗୁ ଗାଁକୁ ଯାଇ ପାରିଲାନି ୧୦୮ ଆମ୍ବୁଲାନ୍ସ। ଅଧବାଟରେ ଅଟକି...

ଅନାସ୍ଥା ଭୋଟ୍‌ ପୂର୍ବରୁ କୀଟନାଶକ ପିଇଲେ ସରପଞ୍ଚ

ବରଗଡ଼/ଗାଇସିଲେଟ୍‌,୧୦।୧୧(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠ ରବିବାର କୀଟନାଶକ ପିଇ ଦେଇଛନ୍ତି।...

ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀଜୀଉଙ୍କ ପାଖକୁ ଗଲା ତୁଳସୀ

ସୋନପୁର,୧୦।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ଏକାଦଶୀ। ଜଗନ୍ନାଥଙ୍କ ଦୁର୍ଲଭ ବେଶ। ଏହି ଦିନ ପୁରୀ ଶ୍ରୀଜୀଉଙ୍କଠାରେ ଲାଗିହେବ ଫୁଲ ଓ ତୁଳସୀ।...

କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିକୁ ଯିବେ ଭାଜପା ନେତା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭାଜପା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଦଳର ଜିଲା କାର୍ଯ୍ୟାଳୟରେ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: କୁଳପତିଙ୍କ ସହ ଆଲୋଚନା କଲେ ଏମ୍‌ପି

କେନ୍ଦୁଝର,୧୦।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ...

ରବିଋତୁ ଫସଲ ପାଇଁ କୃଷକ ପାଇବେ ୯ ହଜାର କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୦ା୧୧: ରାଜ୍ୟରେ ଚଳିତ ୨୦୨୪-୨୫ ରବିଋତୁ ପାଇଁ ୯ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri