ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା ଏବଂ ଘନ ହୋଇଥାଏ। ତେଣୁ ପିଆଜ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ପିଆଜ ଚୋପା ଅନେକ ରୋଗରୁ ମୁକ୍ତି ଦେଇଥାଏ। ଜାଣିବା ସେ ବିଷୟରେ।
ବେକ ଦରଜ: ବେକ ଦରଜ ହେଲେ ମେଡିସିନ ପରିବର୍ତ୍ତେ ପିଆଜ ଚୋପାକୁ ବ୍ୟବହାର କରାଯାଇପାରିବ। ପିଆଜ ଚୋପାକୁ ପାଣିରେ ଫୁଟାଇ ଛାଣି ଦିଅନ୍ତୁ। ଏହି ପାଣିକୁ ଦିନରେ ଦୁଇ ଥର ପିଇବା ଦ୍ୱାରା ତଣ୍ଟି ଦରଜ ଭଲ ହୋଇଥାଏ।
ମୁହଁର ଦାଗ ଦୂର କରେ: ମୁହଁରୁ ଦାଗ ଦୂର ପାଇଁ ପିଆଜ ଚୋପା ଲାଭଦାୟକ। ପ୍ରତିଦିନ ପିଆଜ ଚୋପାର ପେଷ୍ଟ ମୁହଁରେ ଲଗାଇବା ଦ୍ୱାରା ସମସ୍ତ ଦାଗ ଦୂର ହୋଇଥାଏ। ଏଥିରେ ଚିନି ଏବଂ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଲଗାଇବେ।
ବ୍ଲଡ କୋଲେଷ୍ଟରଲ କମ୍ କରିଥାଏ: ପିଆଜ ଚୋପା ଖାଇବା ଦ୍ୱାରା ଶରୀରରେ ବ୍ଲଡ କୋଲେଷ୍ଟରଲର ମାତ୍ରା କମ୍ ହୋଇଥାଏ।
ଆଲର୍ଜି ଦୂର କରେ: ଶରୀରରେ ଆଲର୍ଜି ହେଲେ କୁଣ୍ଡାଇ ହୋଇଥାଏ। ଏଥିପାଇଁ ପିଆଜ ଚୋପା ବ୍ୟବହାର କରିପାରିବେ। ପିଆଜ ଚୋପା ପାଣିକୁ ଶରୀରରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କୁଣ୍ଡିଆ ଭଲ ହୋଇଥାଏ।