ନୂଆଦିଲ୍ଲୀ,୧୫।୮: ସାରା ଦେଶରେ ଆଜି ୭୩ତମ ସ୍ବାଧୀନତା ଦିବସ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ ପାଇଁ ପହଞ୍ଚିଛନ୍ତି। ସେଠାରେ ସେ ଦେଶକୁ ସମ୍ବେଧିତ କରିବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ସ୍ବାଧୀନତା ଦିବସ ଭାଷଣ ହେବ। କେବଳ ଭାରତ ନୁହେଁ, ମୋଦିଙ୍କ ଭାଷଣକୁ ନେଇ ସାରା ବିଶ୍ୱର ନଜର ରହିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ସୂଚନା ଥିବାରୁ ଗଳିକନ୍ଦିରେ ପୋଲିସ୍ ଜଗିରହିଛନ୍ତି।