ଲିଟିଲ୍‌ ମିସ୍‌ ପ୍ରତିଯୋଗିତା: ଓଡ଼ିଆ ଝିଅ ସରନ୍ୟାଙ୍କ କମାଲ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ଜଣକ ପରେ ଜଣେ ଓଡ଼ିଆ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ବିଶ୍ୱ ଯୁବ ସମ୍ମିଳନୀରୁ ଆରମ୍ଭକରି ଲିଟିଲ୍‌ ମିସ୍‌ ୟୁନିଭର୍ସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ପ୍ରତିପାଦନ କରୁଛନ୍ତି ଓଡ଼ିଆ। ଏବେ ଅନ୍ତର୍ଜାତୀୟସ୍ତରରେ ଲିଟିଲ୍‌ ମିସ୍‌ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ। ନିକଟରେ ହଂକଂରେ ଆୟୋଜିତ ଏହି ପ୍ରତିଯୋଗିତାରେ ସରନ୍ୟା ଭାରତରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୨୨ଟି ଦେଶକୁ ନେଇ ଆୟୋଜିତ ଏହି ଲିଟିଲ୍‌ ମିସ୍‌ ପ୍ରତିଯୋଗିତାରେ ମୋଟ ୬୪ଜଣ ପ୍ରତିନିଧି ଭାଗ ନେଇଥିଲେ। ଭୁବନେଶ୍ୱରସ୍ଥିତ ସେଣ୍ଟ୍‌ ଯୋଶେଫ ହାଇସ୍କୁଲ୍‌ରେ ୫ମ ଶ୍ରେଣୀରେ ପଢୁଥିବା ସରନ୍ୟା ଏଥିରେ ନିଜର ପ୍ରତିଭା, ଦକ୍ଷତା ଓ ବୁଦ୍ଧିମତ୍ତା ବଳରେ ପ୍ରଥମ ରନର୍ସଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଗତ ଏପ୍ରିଲ୍‌ ମାସରେ କେରଳର କୋଝିକୋଡଠାରେ ସର୍ବଭାରତୀୟସ୍ତରର ପ୍ରତିଯୋଗିତା ହୋଇଥିଲା। ସେଥିରେ ସରନ୍ୟା ପ୍ରଥମ ରନର୍ସ ଅପ୍‌ ହୋଇ ହଂକଂ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାପରେ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ ହଂକଂରେ ଫାଇନାଲ୍‌ ରାଉଣ୍ଡ୍‌ ଅନୁଷ୍ଠିତ ହୋଇଥିଲା। ସରନ୍ୟା ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଟ୍ୟାଲେଣ୍ଟ ରାଉଣ୍ଡ୍‌ରେ ଟପ୍‌-୫ରେ ରହିଥିଲେ। ସେହିପରି ଏହି ପ୍ରତିଯୋଗିତାରେ ଓଡ଼ିଶାର ସୃଷ୍ଟି ଦାସ ମିସ୍‌ ଗୋଲ୍ଡ ଟାଇଟଲ୍‌ ଜିତିଛନ୍ତି। ସେଣ୍ଟ୍‌ ଜୋସେଫ୍‌ ସ୍କୁଲ୍‌ରେ ପଢୁଥିବା ୧୩ବର୍ଷୀୟ ସୃଷ୍ଟି ଉଭୟ ଓଡ଼ିଶା ଏବଂ ଭାରତକୁ ଗୌରବାନ୍ବିତ କରିଛନ୍ତି। ବୁଧବାର ସରନ୍ୟା ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏଣିକି ଚାଉଳ ସହ ମିଳିବ…

ଭୁବନେଶ୍ୱର,୨୭।୯: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ...

ଜିଦ୍‌ରେ ଅଟଳ ନର୍ସିଂ କର୍ମଚାରୀ: ଆଜିଠୁ ସିରିଞ୍ଜ୍‌ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ):୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ...

ପ୍ରବଳ ବର୍ଷା ସମ୍ଭାବନା: ଏହି ତାରିଖରୁ ବଦଳିବ ପାଗ

ଭୁବନେଶ୍ୱର,୨୭ା୯(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ କେତେକ ଜିଲାରେ ପ୍ରଳବ ବର୍ଷା ହେବା...

ପାର୍ବଣରେ ମହଙ୍ଗା ମାଡ଼:୭୦ ଛୁଇଁଲାଣି ପିଆଜ,ଆଉ ଖାଇବା ତେଲ…

ଭୁବନେଶ୍ୱର, ୨୬ା୯ (ଅନିଲ ଦାସ): ଗତ କିଛିଦିନ ହେବ ଖାଉଟିଙ୍କୁ କଲବଲ କରୁଛି ପିଆଜ। ଖୁଚୁରା ବଜାରରେ ଦର ଆକାଶଛୁଆଁ ହୋଇଛି। ବିକ୍ରି ଉପରେ ଲଗାମ...

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri