ଗଞ୍ଜାମ,୨୯ା୪(ଡି.ଏନ୍.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ମାକ୍ସ ବ୍ୟବହାର ନେଇ କଟକଣା ଜାରି ହୋଇଛି। ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ଶ୍ରୀଚନ୍ଦନ ବେହେରା, ଏଏସ୍ଆଇ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ବୁଧବାର ଗଞ୍ଜାମ ସହରର ବିଭିନ୍ନ ୱାର୍ଡ, ସାହି ସାହି ବୁଲି ଲୋକଙ୍କୁ ସଚେତନ କରାଇବା ସହ ମାକ୍ସ ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁରଟରୁ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବାବେଳେ ଏହିଭଳି ସଚେତନତା କାର୍ଯ୍ୟ ଜାରିରହିବ ବୋଲି ଆଇଆଇସି ସାହୁ କହିଛନ୍ତି।